କମୁଛି ଶୀତ, ବଢ଼ୁଛି ତାପମାତ୍ରା । ୪ ଦିନ ହେଲା ଧିରେ ଧିରେ ବଢୁଛି ରାତି ପାରଦ । ଉପକୂଳରେ ପାଖାପାଖି ୩ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ୭ ଡିଗ୍ରୀ ଯାଏ ବଢ଼ିଛି ତାପମାତ୍ରା । ଆଜି ସକାଳ ୫ଟା ୩୦ରେ ଭୁବନେଶ୍ବରରେ ୧୪.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ପଶ୍ଚିମ ଓଡ଼ିଶାରେ ବଢିଲା ଦିନ ତାପମାତ୍ରା । ଝାରସୁଗୁଡ଼ାରେ ୧୪ ଡିଗ୍ରୀ , କେନ୍ଦୁଝରରେ ୧୪.୬ , ପାରାଦୀପରେ ୧୫.୪, ବାଲେଶ୍ବରରେ ୧୬ ଡିଗ୍ରୀ ଓ ପୁରୀରେ ୧୮.୪ ଡିଗ୍ରୀ ରେକର୍ଡ ହୋଇଛି ପାରଦ ।
