ଗୁରୁବାରରେ ରାଜ୍ୟର ବିଭିନ୍ନ ମନ୍ଦିରରୁ ଚୋରି, ଯାଜପୁରରେ ମାଆଙ୍କ ମନ୍ଦିରରୁ ୧୫ ଲକ୍ଷ ଟଙ୍କାର ସୁନା ଗହଣା ଲୁଟ By Swadhikar News Last updated Jan 22, 2026 ସନ୍ତୋଷୀ ମାଆ ମନ୍ଦିରରୁ ଚୋରି । ମାଆଙ୍କ ବେକରୁ ଲୁଟି ନେଲେ ୧୫ ଲକ୍ଷ ଟଙ୍କାର ସୁନା ଗହଣା ସହ ହୁଣ୍ଡିରେ ଥିବା ପ୍ରାୟ ଦୁଇ ଲକ୍ଷ ଟଙ୍କା । ଯାଜପୁର ଜିଲ୍ଲା ବିଞ୍ଝାରପୁର ଅଞ୍ଚଳରୁ ଗତ ଦୁଇ ଦିନ ଭିତରେ ୪ଟି ସ୍ଥାନରୁ ଲୁଟେରା ମାନେ ଲୁଟ କରିବାରେ ସକ୍ଷମ ହୋଇଛନ୍ତି । ଯେଉଁଥିରେ ରହିଛି ଘର ସମେତ ବିଭିନ୍ନ ମନ୍ଦିର ।ଗତକାଲି ବିଳମ୍ବିତ ରାତିରେ ଲୁଟେରା ଅଳକୁଣ୍ଡ ଥାନା ଚିକଣାଠାରେ ଥିବା ସନ୍ତୋଷୀ ମାଆ ମନ୍ଦିରର ତାଲା ଭାଙ୍ଗିବା ସହ ବ୍ରାହ୍ମଣ ରହୁଥିବା ଘରେ ବାହାର ପଟୁ କବାଟ ବନ୍ଦ କରି ମାଆଙ୍କର ପ୍ରାୟ ଲକ୍ଷ ଟଙ୍କାର ସୁନା ଗହଣା ଲୁଟି ନେଇଛନ୍ତି । ମନ୍ଦିରରେ ଥିବା ହୁଣ୍ଡିଟିକୁ ଲୁଟେରା ନେଇ ପ୍ରାୟ ୧୦୦ ମିଟର ଦୂରକୁ ନେଇ ଭାଙ୍ଗିଥିଲେ । ସେଥିରେ ଥିବା ପ୍ରାୟ ଦୁଇ ଲକ୍ଷ ଟଙ୍କା ମଧ୍ୟ୍ୟ ଲୁଟି ନେଇଛନ୍ତି । ଅନ୍ୟପଟେ ଦୁଇ ଦିନ ତଳେ ଅରେଇ ସରପଞ୍ଚଙ୍କ ସମେତ ସ୍ଥାନୀୟ ଅଞ୍ଚଳର ଦୁଇ ଜଣକ ଘରୁ ମଧ୍ୟ୍ୟ ଚୋରୀ ହୋଇଛି।ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ବାଗପୂଞ୍ଚୀ ଗାଁ ମାଆ ମନସା ଦେବୀଙ୍କ ମନ୍ଦିରରୁ ଲୁଟ୍ ହୋଇଛି । ଦୁର୍ବୃତ୍ତ ମାନେ ବିଳମ୍ବିତ ରାତିରେ ମନ୍ଦିରର ତାଲା ଭାଙ୍ଗି ସୁନା ଅଳଙ୍କାର ସମେତ ଦାନ ହୁଣ୍ତି ଭାଙ୍ଗି ଲକ୍ଷାଧିକ ନଗଦ ଟଙ୍କା ଲୁଟି ନେଇଛନ୍ତି । ସକାଳେ ସ୍ଥାନୀୟ ଲୋକେ ମନ୍ଦିରର ତାଲା ଭଙ୍ଗା ଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଜଳେଶ୍ବର ପୋଲିସ ପହଞ୍ଚି ତଦନ୍ତ କରୁଛି ।ସେହିପରି ମାଆ ଭୈରବୀ ଦୁର୍ଗା ମନ୍ଦିରରୁ ଲୁଟ୍ । ମୟୂରଭଞ୍ଜ ଜିଲ୍ଲା ଉଦଳା ଏନଏସି ୩ ନମ୍ବର ୱାର୍ଡ ମାଆ ଭୈରବୀ ଦୁର୍ଗା ମନ୍ଦିରରୁ ଲୁଟ ଅଭିଯୋଗ। ଆଜି ସକାଳେ ପୂଜା କରିବାକୁ ଏକ ପରିବାର ଆସିଥିବା ବେଳେ ମନ୍ଦିରର ମୁଖ୍ୟ ଗେଟର ଗ୍ରୀଲ ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ! । ଏହି ପରିକି ମାଆ ଙ୍କ ଗୋଟିଏ ସୁନା ହାର, ଦୁଇଟି ରୁପା ହାର, ମାଆଙ୍କ ଦୁଇଟି ଚିତା ସମେତ ଠାକୁରଙ୍କ ୩ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି! । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । swadhikarswadhikar news Share