Odia News Portal

ଖଣ୍ଡଗିରି ମେଳାରେ ମାତିଛନ୍ତି ବଞ୍ଜାରା ଗ୍ୟାଙ୍ଗ୍, ଆଖି ପିଛୁଳାକେ ମୋବାଇଲ, ପର୍ସ, ସୁନା ଅଳଙ୍କାର ଗାଏବ

ଖଣ୍ଡଗିରି ମେଳାରେ ମାତିଛନ୍ତି ବଞ୍ଜାରା ଗ୍ୟାଙ୍ଗ୍ ।  ଭିଡ଼ରେ ଆତଙ୍କ ଖେଳାଉଛନ୍ତି ।  ଆଖି ପିଛୁଳାକେ ଗାଏବ କରୁଛନ୍ତି ଦର୍ଶକଙ୍କ ମୋବାଇଲ, ପର୍ସ ଓ ସୁନା ଅଳଙ୍କାର ।  ଲୁଟପାଟ କରି ଲୋକଙ୍କ ନିଦ ହଜାଇବା ସହ ପୋଲିସକୁ ନାକେଦମ କଲେଣି ।  ଲୁଟେରାଙ୍କୁ ଧରିବାକୁ ସ୍ପେଶାଲ ଡ୍ରାଇଭ୍ କରିଛି କମିଶନରେଟ୍ ପୋଲିସ । ଖଣ୍ଡଗିରି ଥାନା ପୋଲିସ ଲୁଟ୍ ପାଟରେ ସମ୍ପୃକ୍ତ ୬ ଜଣଙ୍କୁ କାବୁ କରିଛି ।  ସେମାନଙ୍କ ଠାରୁ ନଗଦ ଟଙ୍କା ସହ ମୋବାଇଲ ଜବତ ହୋଇଛି ।  ଭିଡ଼ର ସୁଯୋଗ ନେଇ ଏମାନେ ଆତଙ୍କ ଖେଳାଉଥିଲେ ।