ଆଉ କିଛି ସମୟରେ ସଂସଦରେ ଖୋଲିବ ଅର୍ଥମନ୍ତ୍ରୀ ନିର୍ମଳାଙ୍କ ପେଡ଼ି। କେନ୍ଦ୍ରୀୟ ବଜେଟ୍ ଆଗତ କରିବେ ନିର୍ମଳା ସୀତାରମଣ । ଅର୍ଥମନ୍ତ୍ରୀ ଭାବେ ସଂସଦରେ ଏହା ତାଙ୍କର ନବମ ବଜେଟ୍ ହେବ । ବଜେଟ ଉପରେ ସମସ୍ତଙ୍କ ନଜର ରହିଛି । ବଜେଟକୁ ମଞ୍ଜୁରୀ ଦେଲେ ରାଷ୍ଟ୍ରପତି । ଏହି ଅବସରରେ ଅର୍ଥମନ୍ତ୍ରୀଙ୍କୁ ଦହିଚିନି ଖୁଆଇଲେ ରାଷ୍ଟ୍ରପତି ।
ତେବେ ବଜେଟ୍ ପୂର୍ବରୁ ଆଜି ବଜେଟ୍ ଫାଇଲ୍ ସହ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ମହାମହିମ ରାଷ୍ଟ୍ରପତିଙ୍କୁ ବଜେଟ୍ କପି ପ୍ରଦାନ କରାଯାଇଥିବା ବେଳେ ୨୦୨୬-୨୭ ବଜେଟକୁ ମଞ୍ଜୁରୀ ଦେଇଛନ୍ତି ।
