Odia News Portal

ସ୍ପ୍ରେ ମାରି ସୁନା ଦୋକାନରୁ ଲୁଟ୍ ଘଟଣା : କଳିଙ୍ଗ ବିହାରରୁ ଅଭିଯୁକ୍ତ ଗିରଫ

ସ୍ପ୍ରେ ମାରି ସୁନା ଦୋକାନରୁ ଲୁଟ୍ ଘଟଣାରେ ଅଭିଯୁକ୍ତ ଗିରଫ । କଳିଙ୍ଗ ବିହାରରୁ ଅଭିଯୁକ୍ତକୁ ଗିରଫ କରିଛି ତମାଣ୍ଡୋ ଥାନା ପୋଲିସ। । ସେ ଜଣେ ନାବାଳକ ହୋଇଥିବା ପୋଲିସର ସୁଚନା ରହିଛି । ଅଭିଯୁକ୍ତ ଠାରୁ ଲୁଟ୍ ଗହଣା ଜବତ କରାଯାଇଛି । ଲୁଟ୍ ରେ ବ୍ୟବହୃତ ସ୍ପ୍ରେ ଓ ଗାଡି ମଧ୍ୟ ଜବତ ହୋଇଛି । ଗ୍ରାହକ ବେଶରେ ଏକ ଧଳା ସ୍କୁଟିରେ ଆସି ୬ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟିନେଇଥିଲେ ଦୁର୍ବୃତ୍ତ ।