ଦିଲ୍ଲୀରୁ-ମେରଟ ମାତ୍ର ୫୫ ମିନିଟରେ, ନମୋ ଭାରତ ରାପିଡ଼ ରେଳକୁ ଉଦ୍ଘାଟନ କଲେ ମୋଦି By Swadhikar News Last updated Feb 23, 2026 ଭାରତର ସବୁଠୁ ସେମି ହାଇସ୍ପିଡ୍ ଟ୍ରେନ୍ ନମୋ ଭାରତ ରାପିଡ୍ ରେଳର ସମ୍ପୂର୍ଣ୍ଣ କରିଡରକୁ ଉଦ୍ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ମାତ୍ର ୫୫ ମିନିଟରେ ଦିଲ୍ଲୀରୁ ବାହାରି ପହଁଚିଯିବ ମେରଟରେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୮୨ କିମି ଦୂରତା ବିଶିଷ୍ଟ ଦିଲ୍ଲୀ-ମେରଟ ରିଜିଓନାଲ ରାପିଡ୍ ଟ୍ରାନଜିଟ୍ ସିଷ୍ଟମର ଉଦଘାଟନ କରିଛନ୍ତି । ଏଥିରେ ଦିଲ୍ଲୀର ସରାୟ କାଲେ ଖାନ ଠୁ ନ୍ୟୁ ଅଶୋକ ନଗର ମଧ୍ୟରେ ୫ କିଲୋମିଟର ବ୍ରିଜ୍ ଏବଂ ମେରଟ୍ ସାଉଥରୁ ମୋଦୀପୁରମର ସେକସନ୍ ରହିଛି ।ମୋଦି ଦେଶର ସବୁଠୁ ଫାଷ୍ଟ୍ ମେଟ୍ରୋ ସର୍ଭିସ୍ ଏବଂ ୨୩ କିଲୋମିଟର ବିଶିଷ୍ଟ ମେରଟ ମେଟ୍ରୋକୁ ଲୋକାର୍ପଣ କରାଯାଇଛି । ଉଦଘାଟନ ପରେ ଉଭୟ ରେଳ ସେବା ରବିବାର ସନ୍ଧ୍ୟା ୬ଟାରୁ ସାଧାରଣ ଜନତାଙ୍କ ପାଇଁ ଉପଲବ୍ଧ ହେବ । ଏହି ୧୩ ଷ୍ଟେସନ ହୋଇ ଯିବ ।କେବଳ ଏତିକି ନୁହେଁ ପ୍ରଧାନମନ୍ତ୍ରୀ ୟୁପି ମୁଖ୍ୟମନ୍ତ୍ରୀ ଏବଂ ନ୍ୟାସନାଲ କ୍ୟାପିଟାଲ ରିଜନ୍ ଟ୍ରାନ୍ସପୋର୍ଟ ଅଧିକାରୀଙ୍କ ସହ ଶତାବ୍ଦୀ ନଗରରୁ ମେରଟ୍ ସାଉଥ୍ ଯାଏଁ ନମୋ ଭାରତ ଟ୍ରେନରେ ଯାତ୍ରା କରିଥିଲେ । ଯାତ୍ରାରେ ସେମାନେ ସାଧାରଣ ଯାତ୍ରୀଙ୍କ ସହ କଥା ହୋଇଥିଲେ । ଏହି ପ୍ରିମିୟମ କୋଚରେ ଆରାମଦାୟକ ସିଟ୍, ମୋବାଇଲ ଚାର୍ଜିଂ ୟୁଏସବି ପୋର୍ଟ, ଅଗ୍ନିନିର୍ବାପକ ଯନ୍ତ୍ର,ଲଗେଜ ରଖିବାର ସ୍ଥାନ, ଟ୍ରେନର ସ୍ପିଡ ଏବଂ ଆଗାମୀ ଷ୍ଟେସନର ସୂଚନା ଦେଉଥିବା ସ୍କ୍ରିନ, ୱେଡିଂ ମେସିନରୁ ରିଫ୍ରେସମେଣ୍ଟ ସୁବିଧା ରହିଛି । swadhikarswadhikar news Share