ବର ୪୦କୁ, କନିଆ ୧୬ । ବିବାହ ବେଳେ ପହଞ୍ଚିଲେ ଜିଲ୍ଲାଶିଶୁ ଅଧିକାରୀ ସଦସ୍ୟା । ଘଟଣାସ୍ଥଳରୁ ଚମ୍ପଟ ମାରିଲା ବର । କେନ୍ଦ୍ରାପଡା ଜିଲ୍ଲାର ସଖିବଟରେ ଦେଖିବାକୁ ମିଳିଛି ଏପରି ଘଟଣା । ତେବେ ବାଲ୍ୟ ବିବାହକୁ ବିରୋଧ କରିବାକୁ ଯାଇ ହଟହଟା ହୋଇଛନ୍ତି ଜିଲ୍ଲାଶିଶୁ ଅଧିକାରୀ ସଦସ୍ୟା । ଏପରିକି କନ୍ୟାଘର ପକ୍ଷରୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି ।ସଦର ଥାନା ମଧୁବନିଆ ଗାଁର ଜଟାଧାରୀ ଜେନା ମାର୍ଶାଘାଇ ଥାନା ଅଂଚଳର ଜଣେ ନାବାଳିକାଙ୍କୁ ଅର୍ଥ ଲୋଭ ଦେଖାଇ ବିବାହ କରୁଥିବା ଖବର ହୋଇଥିଲା । ଏହା ପରେ ଶିଶୁ ସୁରକ୍ଷା ବିଭାଗକୁ ପଠାଇଥିଲେ କେନ୍ଦ୍ରାପଡା ଜିଲ୍ଲାପାଳ । ତେବେ ବିଭାଗର ସଦସ୍ୟାଙ୍କୁ କନ୍ୟା ପକ୍ଷରୁ ଠେଲାପେଲା କରିଥିବା ଅଭିଯୋଗ ହୋଇଛି । ପୋଲିସ ପହଞ୍ଚିବା ବେଳକୁ ଉଭୟ ବର ଏବଂ କନିଆ ଫେରାର ହୋଇ ଯାଇଥିଲେ ।
