Odia News Portal

ବିପୁଳ ପରିମାଣର ବାଣ ଜବତ, ୨ ଅଟକ

ବେଆଇନ ବାଣ ଗଚ୍ଛିତ ରଖିବା ଅଭିଯୋଗରେ ରେଡ୍। ଲକ୍ଷାଧିକ ଟଙ୍କାର ବାଣ ଜବତ, ଦୁଇ ଅଟକ । ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌରାଞ୍ଚଳ ଡିଏନକେ ଓ ଯୁଭି-୩ ଡଙ୍ଗରୀଗୁଡାରେ ପୋଲିସର ଚଢାଉ । ବେଆଇନ ବାଣ ଗଚ୍ଛିତ ଥିବା ସୂଚନା ପାଇଁ ଚଢାଉ କରାଯାଇଥିଲା । ବିଜନ ମଲ୍ଲିକ ଓ ପ୍ରତାପ ଚନ୍ଦ୍ର ସାହାଙ୍କ ଘରୁ ଲକ୍ଷାଧିକ ଟଙ୍କାର ବେଆଇନ ବାଣ ଜବତ ହୋଇଛି । ଦୁଇ ବ୍ୟବସାୟୀଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।ସୂଚନାଯୋଗ୍, କିଛି ଦିନ ତଳେ ଵିରମିତ୍ରପୁର ଗୋଲବଜାର ମାର୍କେଟରେ ଥିବା ତିନୋଟି ବେଆଇନ ଵାଣ ଦୋକାନରେ ଵିରମିତ୍ରପୁର ଥାନା ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଥିଲା । ପ୍ରାୟ କୋଟିଏ ଟଙ୍କା ମୁଲ୍ୟର ଵାଣ ଜଵତ କରିଥିଲା ପୋଲିସ । ତିନୋଟି ଦୋକାନରେ ଵିନା ଲାଇସେନ୍ସରେ ଵେଆଇନ ଭାବେ ମହଜୁଦ ଥିବା ୫ ଶହ ୪୫  ପେଟି ଵାଣ ଜଵତ ହୋଇଥିଲା ।