Odia News Portal

ମାଆ ତାରିଣୀଙ୍କ ପୀଠରେ ମହାବିଷୁବ ପଣାସଂକ୍ରାନ୍ତି, ଶାନ୍ତିଶୃଙ୍ଖଳା ପାଇଁ ପୋଲିସ ଫୋର୍ସ ମୁତୟନ

କେନ୍ଦୁଝର ଗଡ଼ର ଗଡଦେବୀ ମାଆ ତାରିଣୀଙ୍କ ପୀଠରେ ମହାବିଷୁବ ପଣାସଂକ୍ରାନ୍ତି । ଭୋର ୩ ଟାରୁ ପୂଜକମାନେ ମାଆଙ୍କ ନୀତିକାନ୍ତି ସମାପନ କରିଛନ୍ତି । ରୀତିନୀତି ଅନୁଯାୟୀ ମାଆଙ୍କୁ ଚୁଆ, ଚନ୍ଦନ, କସ୍ତୁରୀ, ଘିଅ, ହଳଦୀ, ଅଁଳା, ଦହି ଏବଂ ଛେନାରେ ମାର୍ଜଣା କରାଯାଇଛି । ପରେ ଗଙ୍ଗାଜଳ, ଗୋଲାପ ଜଳ, କ୍ଷୀର, ନଡ଼ିଆ ପାଣି, ମହୁ ଦେଇ ମାଆଙ୍କ ମହାସ୍ନାନ କରାଯାଇଥିଲା । ପରେ ମାଆ ତାରିଣୀଙ୍କୁ ସୁନାମୁକୁଟ, ସୁନାର ଚକ୍ଷୁ, ଚିତା, ସୁନାର ମୁଖ, ହୀରାର ନୋଥରେ ଆଭୂଷଣ କରାଯାଇଥିଲା । ଭୋର ୪ ଘଟିକାରେ ମଙ୍ଗଳ ଆଳତି ଅନୁଷ୍ଠିତ ହୋଇଥିଲା । ମାଆଙ୍କ ଏହି ଅପୂର୍ବ ସୁନାବେଶ ଦେଖିବା ପାଇଁ ଭୋର ୫ଘଟିକାରେ ପହଡ ଖୋଲିବା ପରେ ଭକ୍ତଙ୍କ ଭିଡ ଲାଗି ରହିଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି । ଶାନ୍ତିଶୃଙ୍ଖଳା ପାଇଁ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।