ବିଡ଼ିଓଙ୍କ ରୁମ କଣ ଘଟିଥିଲା ଯେଉଁଥପାଇଁ ଚାମେଲିଙ୍କୁ ଥାନାକୁ ଯିବାକୁ ପଡିଥିଲା ସେ ରହସ୍ୟ ଉପରୁ ପରଦା ଉଠୁଛି, ଭାଇରଲ ହେଉଥୁବା ଭିଡିଓରେ ସବୁ ସତ ଏବେ ସାମ୍ନାକୁ ଆସିଯାଇଛି, ଚାମେଲୀ ନୁହଁ ସେଦିନ ବିଡ଼ିଓଙ୍କ ରୁମରେ ଗଣ୍ଡଗୋଳ କରିଥିଲେ ଦୁର୍ଗାଙ୍କ ସମର୍ଥକ, ଥରେ ଦେଖନ୍ତୁ ସେହି ଦୃଶ୍ୟକୁ ବିଧାୟକ ଏବଂ ଚେମେଲୀଙ୍କ ମଧ୍ୟରେ ଆଲୋଚନା ହେଉଥୂବା ବେଳେ କେମିତି ରୁମରେ ପଶି ହଂଗାମା କରୁଛନ୍ତି କିଛି ବିଜେପି କର୍ମୀ, କାହିଁକି ଭିଡ଼ିଓ କରୁଛ ବୋଲି ଚେମେଲୀଙ୍କୁ ନାଲି ଆଖି ଦେଖାଇବା ସହ ଗାଳିଗୁଲଜ ମଧ୍ୟ କରୁଛନ୍ତି ।ପୁରା ଦୃଶ୍ୟହିଁ ବୟାନ କରୁଛି ଯେ ଦୁର୍ଗାଙ୍କ ସମର୍ଥକ ହିଁ ବିଡ଼ିଓଙ୍କ ଅଫିସରେ କରିଥିଲେ ହାଇଡ୍ରାମା । ଆଉ ଚାମେଲୀଙ୍କୁ ଫସାଇଦେଇ ପୁରା ଘଟଣାକୁ ବିବାଦୀୟ କରିଦେଲେ ।
ଏହି ଦୃଶ୍ୟ ସାମ୍ନାକୁ ଆସିବା ପରେ ବିଡ଼ିଓଙ୍କ ଭୂମିକାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଦୁର୍ଗାଙ୍କ ଚେଲା ପ୍ରତି ବିଡ଼ିଓଙ୍କ କୋହଳ ମନୋଭାବ ଏବଂ ଚାମେଲିଙ୍କ ପ୍ରତି ଅସହିସ୍ନୁତାର ପ୍ରମାଣ ଦେଖିବାକୁ ମିଳିଛି । ଘଟଣା ଆରମ୍ଭରୁ ବିଡ଼ିଓ ଅଫିସରେ ଚାମେଲୀ ଗଣ୍ଡଗୋଳ କରିଥିବାର ଅଭିଯୋଗ ହୋଇଥିଲା ।ମହାକାଳପଡା ଥାନାରେ ଅଭିଯୋଗ କରିଥିଲେ ନିଜେ ବିଡିଓ । ସରକାରୀ ଅଧିକାରୀଙ୍କୁ ଦୁର୍ବ୍ୟବହାର ଏବଂ ବିନା ଅନୁମତିରେ ଭିଡିଓ ରେକଡିଂ କରିବା ନେଇ ଚାମେଲିଙ୍କ ବିରୋଧରେ ଅଭିଯୋଗ କରିଥିଲେ ବିଡିଓ । ଯାହା ଫଳରେ ପୋଲିସ ତାଙ୍କୁ ଥାନାକୁ ଉଠାଇନେଥିଲା । ତେବେ ବାସ୍ତବରେ ଭାଇରାଲ ହେଉଥିବା ଭିଡ଼ିଓରେ ପୁର ଓଲଟା କଥା ଦେଖିବାକୁ ମିଳୁଛି । ଚାମେଲି ନୁହଁ ସରକାରୀ ଅଧିକାରୀଙ୍କ ଉପସ୍ଥିତିରେ ଦୁର୍ବ୍ୟହାର ପ୍ରଦର୍ଶନ କରିଥିଲେ ବିଜେପି କର୍ମୀ । ତାହା ପୁଣି ଜଣେ ମହିଳା ସରପଞ୍ଚଙ୍କୁ । ଏଭଳି ସ୍ଥିତିରେ କାହିଁକି ବିଜେପି କର୍ମୀଙ୍କ ବିରୋଧରେ ବିଡ଼ିଓ ଥାନାରେ ଏତେଲା ଦେଲେ ନାହିଁ ତାହା ସନ୍ଦେହ ଘେରରେ । ସେହିଭଳି ବିଡ଼ିଓଙ୍କ ଅଜବ ନିୟମ କାନନ୍ କୁ ନେଇ ଜୋରଦାର ଚର୍ଚ୍ଚା । ବିନା ଅନୁମତିରେ ଭିଡ଼ିଓ କରିବାକୁ ଚାମେଲୀଙ୍କ ବିରୋଧରେ କେସ ଦିଆଗଲା କିନ୍ତୁ ବିନା ଅନୁମତିରେ ବିଡ଼ିଓଙ୍କ ରୁମ ଭିତରକୁ ଧସେଇ ପସି ଜଣେ ମହିଳା ସରପଞ୍ଚଙ୍କୁ ଅଭଦ୍ର ବ୍ୟବହାର କରିଥବା ଦୁର୍ଗାଙ୍କ ଚେଲାଙ୍କୁ ସାତଖୁନ ମାଫ । ବିନା ଅନୁମତିରେ ରୁମ ଭିତରକୁ ଧଶେଇ ପଶି ହଙ୍ଗାମା କରିଥିବା ଲୋକଙ୍କ ବିରୋଧରେ ଆକ୍ସନ ଶୂନ । ଯାହାକି ପ୍ରମାଣିତ କେଉଁଠି ନା କେଉଁଠି ବିଡ଼ିଓ ରବି ନାରାୟଣ ଆଚାର୍ଯ୍ୟ ବାବୁ ବିଧାୟକଙ୍କ ସ୍କ୍ରିପ୍ଟ ହିସାବରେ ଚାମେଲି ଶୋ କୁ ପ୍ରସ୍ତୁତ କରିଥିଲେ
