ବନ୍ୟା ମୁକାବିଲା ମିଛ କହୁଛି କି ପ୍ରଶାସନ ? By Swadhikar News Last updated Aug 5, 2026 ବନ୍ୟାର ସୁପରଚାଳନା ନେଇ ଡିଣ୍ଡିମ ପିଟୁଛନ୍ତି ସରକାର । ପ୍ରେସମିଟ କରି ବନ୍ୟାର ସଫଳ ମୁକାବିଲା କଥା ଗାଇହେଉଛନ୍ତି । ବନ୍ୟା ପ୍ରଭାବିତଙ୍କ ପାଖରେ ସରକାର ଦୃଢ ଭାବେ ଛିଡ଼ା ହେବା ସହ ଉଦ୍ଧାର ରିଲିଫ କାର୍ଯ୍ୟକୁ ପ୍ରାଥମିକତା ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ ବି କହୁଛନ୍ତି । କିନ୍ତୁ ଗ୍ରାଉଣ୍ଡ ଜିରୋରେ ସ୍ଥିତି ପୁରା ଓଲଟା । ଗ୍ରାଉଣ୍ଡ ଜିରୋର ବାସ୍ତବ ଚିତ୍ର ସରକାରଙ୍କ ସଫଳ ବନ୍ୟା ମୁକାବିଲାର ଫର୍ଦାଫାସ କରିଛି। ବନ୍ୟାଘେର ଲୋକଙ୍କୁ ନା ମିଳୁଛି ରିଲିଫ ନା ବିଶୁଦ୍ଧ ପାନୀୟ ଜଳ । ବନ୍ୟା ପ୍ରଭାବିତଙ୍କ ପାଖରେ ସରକାର କି ପ୍ରଶାସନ କାହାର ଦେଖା ଦର୍ଶନ ନାହଁ । ବନ୍ୟାର କାୟା ଭିତରେ ଏବେ କବଳିତ ହେଇ ଅଛନ୍ତି ହଜାର ହଜାର ଲୋକ । କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ବ୍ଲକର ଅଧିକାଂଶ ଅଂଚଳ ଏବେ ବି ଜଳବନ୍ଦି । ଆଳିର ମାନ ପୁର ଏବେ ପ୍ରଶାସନର ଅସଲ ଚରିତ୍ର କୁ ପଦାରେ ପକାଇଛି।ଏଠି ବିଶୁଦ୍ଧ ପାନୀୟ ଜଳ ନ ମିଳିବାରୁ ଲୋକେ ବନ୍ୟା ପାଣି କୁ ବୋତଲ ରେ ଭରି ନେଉ ଥିବାର ଦୃଶ୍ୟ ବ୍ୟବସ୍ଥାକୁ ସକ୍ତ ଚାପୁଡ଼ା ମାରିଚି।ସେହି ବଳି ରାଜନଗର ବ୍ଲକ ର ଦାଣ୍ଡି ଅଞ୍ଚଳରେ ଲୋକଙ୍କୁ ଯାତାୟତ ପାଇଁ ଦଙ୍ଗା ଟି ବି ମିଳିନାହିଁ।ଠିକ ଏହି ସମୟରେ ପରିଦର୍ଶନରେ ଆସିଛନ୍ତି ଉପମୁଖ୍ୟମନ୍ତ୍ରୀ।ନାରା ବାଜି ଚାଲିଛି ଉପମୁଖ୍ୟମନ୍ତ୍ରୀଙ୍କୁ ମନ୍ତ୍ରୀମାନଙ୍କୁ ନିର୍ବାଚନ ପ୍ରଚାର ଭଳି ସ୍ୱାଗତ ବି କରାଯାଉଛି । ହେଲେ ଏପଟେ କିନ୍ତୁ ଛାତିଏ ପାଣିଭିତରେ ଜୀବନ ବଞ୍ଚାଇବାକୁ ସଂଘର୍ଷ ଚାଲିଛି । ଏ ହେଉଛି ଆଳି ବ୍ଲକର ମାନପୁର ଗାଁ… ଜୁଆଡେ ଚାହିଁବେ ପାଣି ଆଉ ପାଣି । ଘର ଦୁଆର ମୁହଁକୁ ଲାଗିଛି ବନ୍ୟା ଜଳ, ଆଉ ଏହାରିଭିତରେ ହିଁ ଜୀବନ କାଟୁଛନ୍ତି ଲୋକେ । ଦେଖନ୍ତୁ ଏହି ଦୃଶ୍ୟକୁ କିଭଳି ବନ୍ୟା ଜଳକୁ ବୋତଲରେ ସଂଗ୍ରହ କରାଯାଉଛି । କାରଣ ଏଇ ବନ୍ୟା ପାଣି ହିଁ ଲୋକଙ୍କ ଶୋଷ ମେଣ୍ଟାଉଛି । ବିଶୁଦ୍ଧ ପାନିୟ ଜଳ ଯୋଗାଇବରେ ଫେଲ ମାରିଛି ପ୍ରଶାସନ । ଏ ଦୃଶ୍ୟକୁ ମଧ୍ୟ ଦେଖନ୍ତୁ କିଟ୍ କିଟ୍ ଅନ୍ଧାରରେ ଆଣ୍ଠୁଏ ପାଣିରେ ଯାତାୟତ କରୁଛନ୍ତି ଲୋକେ । ରିଲଫ ସାମଗ୍ରୀ ମିଳିନଥିବାରୁ ବାଧ୍ୟ ହୋଇ ଖାଦ୍ୟ ପାଇଁ ବଜାରକୁ ଆସିବାକୁ ପଡ଼ୁଛି । ତେବେ ଏହି ସବୁ ଦୃଶ୍ୟ ପ୍ରମାଣିତ କରୁଛି ଯେ ସରକାରଙ୍କ ବନ୍ୟା ମୁକାବିଲା କେମିତି ଚାଲିଛି?କେତେ ସଫଳ ହେଉଛି ସରକାର ଙ୍କ ବନ୍ୟା ମୁକାବିଲା।ପରିଦର୍ଶନରେ ଆସିଥିବା ଉପମୁଖ୍ୟ ମନ୍ତ୍ରୀ ସମୀକ୍ଷା କଲେ ତାଙ୍କୁ ହି ଜଣା କେତେ ସଫଳ ହୋଇଛି ଜିଲ୍ଲା ପ୍ରଶାସନ।ଏବେ ଲୋକଙ୍କ ସମସ୍ୟା ର କେତେ ସମାଧାନ ହେଉଛି ତାହା ସମୟ କହିବ। latest odia newsswadhikarswadhikar news Share