ସରକାରୀ ବ୍ୟବସ୍ଥାର ବିଚିତ୍ର ସ୍ଥିତି, ତାମିଲନାଡୁ ପଳେଇଲା ଆବାସ ଟଙ୍କା! By Swadhikar News Last updated Aug 5, 2026 ଆବାସ ଯୋଜନାକୁ ନେଇ ବିଚିତ୍ର ସ୍ଥିତି, କାର୍ଯ୍ୟାଦେଶ ପାଇ ବି ହତାଶ ହିତାଧିକାରୀ। ଘର ନିର୍ମାଣ ପାଈଁ ପ୍ରଥମ କିସ୍ତି ହିତାଧିକାରୀଙ୍କୁ ଟଙ୍କା ମିଳିବା ବଦଳରେ ଟଙ୍କା ପଳେଇଛି ତାମିଲନାଡୁର ଏକ ଆକାଉଣ୍ଟକୁ । ଆଉ 6 ମାସ ହେଲାଣି ବ୍ଲକ ଠାରୁ ପଞ୍ଚାୟତ ଦୌଡ଼ି ଦୌଡ଼ି ନିରାଶ ହିତାଧିକାରୀ। ଏମିତି ଘଟଣା ଦେଖିଵାକୁ ମିଳିଛି କଟକ ଜିଲ୍ଲା ମାହାଙ୍ଗା ବ୍ଲକରେ । ତେବେ ଟଙ୍କା ଓଡ଼ିଶା ଡେଇଁ ତାମିଲନାଡ଼ୁ ଆକାଉଣ୍ଟକୁ ଚାଲିଟିବା ସରକାରୀ ବ୍ୟବସ୍ଥାର ବିଚିତ୍ର ସ୍ଥିତିକୁ ପଦାରେ ପକାଇଛି । ଏ ହେଉଛନ୍ତି କବି ପ୍ରସାଦ ବାରିକ। କବିଙ୍କ ଯୋଗ୍ୟତା ମାପ ଦଣ୍ଡକୁ ଆଧାର କରି ଗତ 2025 ସେପ୍ଟେମ୍ବର 27 ତାରିଖରେ ମାହାଙ୍ଗା ବ୍ଲକ ପ୍ରଶାସନ ତାଙ୍କୁ ଅନ୍ତୋଦୟ ଗୃହ ଯୋଜନାରେ ଘର ଖଣ୍ଡିଏ ନିର୍ମାଣ କରିବା ପାଈଁ କାର୍ଯ୍ୟାଦେଶ ଦେଇଥିଲେ। କାର୍ଯ୍ୟାଦେଶ ପାଇବା କ୍ଷଣି କବି ନିଜ ପୈତୃକ ମାଟି ଘରକୁ ଭାଙ୍ଗି ଘର ନିର୍ମାଣ ପାଈଁ ପ୍ରସ୍ତୁତ ହୋଇଥିଲେ। ଗୃହ ନିର୍ମାଣ ପାଈଁ ପ୍ରଥମ କିସ୍ତିରେ 40ହଜାର ଟଙ୍କା ତାଙ୍କୁ ଆକାଉଣ୍ଟ ଜରିଆରେ ମିଳିବାର ଥିଲା। କିନ୍ତୁ ଏହି ଟଙ୍କା ତାଙ୍କୁ ମିଳିବା ବଦଳରେ ତାମିଲନାଡୁର ଅନ୍ୟ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟ କୁ ପଳାଇଯାଇଥିବା ଅଭିଯୋଗ କରିଛନ୍ତି କବି। ଏନେଇ ବରମ୍ବାର ବ୍ଲକ ଏବଂ ପଞ୍ଚାୟତ କୁ ଦୌଡ଼ି ଦୌଡ଼ି ନିରାଶ ହେଲେଣି ହିତାଧିକାରୀ। ଅନ୍ୟପଟେ କବିଙ୍କ ପତ୍ନୀ କହିଛନ୍ତି ଘର ନଦେଇ ପ୍ରଶାସନ ଆମକୁ କାହିଁକି ପ୍ରତାରଣା କରୁଛନ୍ତି । ପୁରୁଣା ମାଟି ଘରକୁ ଭାଙ୍ଗି ଦେଇଛୁ ଏବେ ଆମେ ରହିବୁ କୋଉଠି।ଏନେଇ ବ୍ଲକ ପ୍ରଶାସନ କୁ କବିଙ୍କୁ ଟଙ୍କା ନମିଳିବା ବିଷୟରେ ପଚାରିବାରୁ ବିଡ଼ିଓ କହିଛନ୍ତି ସମ୍ପୃକ୍ତ ହିତାଧିକାରୀଙ୍କୁ ଆଧାର ବେସଡ ପେମେଣ୍ଟ ସିଷ୍ଟମ ଦ୍ୱାରା ଟଙ୍କା ତାଙ୍କ ଆକାଉଣ୍ଟକୁ ଯାଇଛି। ପିଇଓଙ୍କୁ ତଦନ୍ତ କରିବାକୁ କୁହାଯିବା ସହିତ ହିତାଧିକାରୀଙ୍କୁ ସହଯୋଗ କରିବାକୁ କୁହାଯାଇଛି। ଅନ୍ୟପଟେ ସ୍ଥାନୀୟ ବାସିନ୍ଦା କହିଛନ୍ତି କବିଙ୍କ ଯୋଗ୍ୟତା କୁ ଆଧାର କରି ରାଜ୍ୟ ସରକାର ତାଙ୍କୁ ଗୃହ ନିର୍ମାଣ ପାଈଁ କାର୍ଯ୍ୟାଦେଶ ଦେଇଛନ୍ତି କିନ୍ତୁ ମାହାଙ୍ଗା ବ୍ଲକ ଦାଇତ୍ୱରେ ଥିବା କିଛି ଅଧିକାରୀଙ୍କ ଖାମଖିଆଲି ନୀତି ଯୋଗୁଁ କବିଙ୍କ ଏ ଅବସ୍ଥା। କଟକ ଜିଲ୍ଲାପାଳ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଦାବି ଉଠିଛି। ତେବେ ବିଭିନ୍ନ ସମୟରେ ଆବାସ ଯୋଜନାରେ ଅନିୟମିତତା କୁ ନେଇ ମାହାଙ୍ଗା ଚର୍ଚ୍ଚାରେ ଥିଲା ବେଳେ ପ୍ରଥମ କରି ହିତାଧିକାରୀଙ୍କୁ ଟଙ୍କା ନମିଳିବା ବଦଳରେ ରାଜ୍ୟ ବାହାରକୁ ଟଙ୍କା ପଳାଇବା ସରକାରୀ ବ୍ୟବସ୍ଥାକୁ ଏକ ଶକ୍ତ ଚାପୁଡ଼ା । ତେବେ ଘର ନିର୍ମାଣ ପାଈଁ କବି ପ୍ରସାଦ ବାରିକଙ୍କୁ କେବେ ଟଙ୍କା ମିଳୁଛି ଏବଂ ଦାଇତ୍ୱ ରେ ଥିବା ଅଧିକାରୀଙ୍କ ବିରୋଧରେ କେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାହା ଦେଖିବାକୁ ବାକି ରହିଲା। latest odia newsswadhikarswadhikar news Share