ଲାହୋର: ଟେନିସ୍ ତାରକା ସାନିଆ ମିର୍ଜାଙ୍କ ସ୍ୱାମୀ ଶୋଏବ ମଲ୍ଲିକଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ରବିବାର ସନ୍ଧ୍ୟାରେ ଲାହୋରରେ ସୋଏବଙ୍କ ସ୍ପୋର୍ଟସ୍ କାର୍ ରାସ୍ତାରେ ଛିଡା ହୋଇଥିବା ଏକ ଟ୍ରକ୍କୁ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଛି। ତେବେ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଶୋଏବଙ୍କ କାର୍ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ହେଲେ ସେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ସୂଚନାନୁଯାୟୀ, ସାନିଆ ମିର୍ଜାଙ୍କ ସ୍ୱାମୀ ଶୋଏବ ମଲ୍ଲିକ ପାକିସ୍ତାନ ସୁପର ଲିଗ୍ ପ୍ଲେୟାର ଡ୍ରାଫ୍ଟ କାର୍ଯ୍ୟକ୍ରମରୁ ଘରକୁ ଫେରୁଥିବା ସମୟରେ ଲାହୋର ସ୍ଥିତ ନ୍ୟାସନାଲ୍ ହାଇ ପରଫାର୍ମସ୍ ସେଣ୍ଟର ନିକଟରେ ଏକ ଟ୍ରକ୍ ସହ ତାଙ୍କ କାର ଧକ୍କା ହୋଇଥିଲା । ଶୋଏବଙ୍କ ସ୍ପୋର୍ଟସ କାର ଦ୍ରୁତ ବେଗରେ ଥିଲା । କୗେଣସି କାରଣରୁ ସେ ଭାରସାମ୍ୟ ହରାଇବାରୁ କାରଟି ରାସ୍ତା କଡ଼ରେ ଅଟକି ରହିଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ତାଙ୍କର ସ୍ପୋର୍ଟ୍ସ କାରଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଶୋଏବ | କାର୍ର ସାମ୍ନା ପଟ ସମ୍ପୂର୍ଣ୍ଣ ଭାବରେ କ୍ଷତିଗ୍ରସ୍ତ ହୋଇଛି। ସୁରକ୍ଷିତ ଥିବା ନେଇ ନିଜେ ଶୋଏବ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।