Odia News Portal

୨୬ରୁ ଆରମ୍ଭ ଆଦିବାସୀ ମେଳା

ଭୁବନେଶ୍ୱର: ଜାନୁଆରୀ ୨୬ରୁ ଆରମ୍ଭ ହେବ ଆଦିବାସୀ ମେଳା । ଭୁବନେଶ୍ୱରରେ ଆସନ୍ତା ଜାନୁଆରୀ ୨୬ରୁ ଆରମ୍ଭ ହୋଇ ଫେବୃଆରୀ ୯ ତାରିଖ ପର୍ଯ୍ୟନ୍ତ ଚାଲିବ ଆଦିବାସୀ ମେଳା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ୍‌ କରିବେ । ଦୈନିକ ପୂର୍ବାହ୍ନ ୧୧ ଟାରୁ ସଂଧ୍ୟା ୭ଟା ଯାଏ ଚାଲିବ ମେଳା । କୋଭିଡ୍‌ ନିୟମ ମାନି ମେଳା ଆୟୋଜନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ମେଳାରେ ରାଜ୍ୟ ବାହାରର ଦର୍ଶକଙ୍କ ଲାଗି କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ଏଥିପାଇଁ ଆଦିବାସୀ ମେଳା -୨୦୨୧ ୱେବ୍‌ସାଇଟ୍‌ରେ ରାଜ୍ୟ ବାହାରର ଦର୍ଶକଙ୍କୁ କରିବାକୁ ପଡ଼ିବ ପଞ୍ଜିକରଣ । ଜାନୁଆରୀ ୨୩ରୁ ଅନଲାଇନ୍‌ ରେଜିଷ୍ଟ୍ରେସନ ଲାଗି ଖୋଲିବ ଓ୍ୱେବ୍‌ସାଇଟ୍ ।

ସେହିଭଳି ଜାନୁଆରୀ ୨୧ରୁ ଜନତା ମଇଦାନରେ ଆରମ୍ଭ ହେବ ୧୫ତମ ତୋଷାଳି ମେଳା । ଏନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଫେବୃଆରୀ ୪ ତାରିଖ ପର୍ଯ୍ୟନ୍ତ ଜନତା ମଇଦାନରେ ଚାଲିବ ମେଳା । କାର୍ଯ୍ୟକ୍ରମକୁ ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ଉଦଘାଟନ କରିବେ । ଦେଶର ବିଭିନ୍ନ ରାଜ୍ୟରୁ କାରିଗର, ବୁଣାକାର ଏହି ମେଳାରେ ସାମିଲ ହେବେ ।