Odia News Portal

ରାଷ୍ଟ୍ରପତି ପୋଲିସ ପଦକ ଘୋଷଣା

ଭୁବନେଶ୍ୱର: ସାଧାରଣତନ୍ତ୍ର ଦିବସ ଅବସରରେ ପୋଲିସ ପଦକ ଘୋଷଣା | ଓଡିଶାରୁ ୨ ଜଣଙ୍କୁ ମିଳିବ ରାଷ୍ଟ୍ରପତି ପୋଲିସ ପଦକ | ଏହା ସହ ୧୧ଜଣଙ୍କୁ ଉଲ୍ଲେଖନୀୟ ସେବା ପଦକ ପ୍ରଦାନ ପାଇଁ ଘୋଷଣା କରାଯାଇଛି| ଗୁଇନ୍ଦା ନିର୍ଦ୍ଦେଶକ ରାଧାକୃଷ୍ଣ ଶର୍ମାଙ୍କୁ ରାଷ୍ଟ୍ରପତି ପୋଲିସ ପଦକ | ବିପିଏସପିଏ ଡେପୁଟୀ ସୁବେଦାର ବୁଦ୍ଧି ବାହାଦୁର ଥାପ୍ପାଙ୍କୁ ରାଷ୍ଟ୍ରପତି ପଦକ | ଆଇନ ଶୃଙ୍ଖଳା ଆଇଜି ପ୍ରବୀଣ କୁମନ ପାଇବେ ପୋଲିସ ପଦକ | ଏସପି ରବୀନ୍ଦ୍ର ଦାସ, ଏସପି ଭବାନୀ ଶଙ୍କର ମିଶ୍ର,ଡେପୁଟି କମାଣ୍ଡାଣ୍ଟ ଅଶୋକ ଦେହୁରୀ,ଏସିପି ପ୍ରକାଶ ପାଲଙ୍କୁ ପୋଲିସ ପଦକ ଦିଆଯିବ |

ସେହିଭଳି ଏଏସଆଇ ମନରୋରଞ୍ଜନ ଶତପଥୀ, ହାବିଲଦାର ସରୋଜ କୁମାର ଭୋଇ, ହାବିଲଦାର ସେକ୍ ନାଶିରୁଦ୍ଦିନ, କନଷ୍ଟେବଲ ଗୌତମ ପାତ୍ର ପ୍ରମୁଖ ମଧ୍ୟ ଉଲ୍ଲେଖନୀୟ ସେବା ପାଇଁ ପୋଲିସ ପଦକ ଘୋଷଣା କରାଯାଇଛି। ସେପଟେ ରାଷ୍ଟ୍ରପତି ପୋଲିସ ପଦକ ବିଜେତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପୋଲିସ ଡିଜି ଅଭୟ।