Odia News Portal

ଶବକୁ ବୋହି ମାନବିକତା ଦେଖାଇଲେ ଶିରିଷା


ଶ୍ରୀକାକୁଲମ: ଅଜଣା ବୃଦ୍ଧଙ୍କର ଶବକୁ ବୋହିଲେ ମହିଳା ସବ୍ ଇନ୍ସପେକ୍ଟର କେ. ଶିରିଷା। ଓଡିଶାର ଗଜପତି ଜିଲ୍ଲାକୁ ଲାଗି ରହିଥିବା ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା କାଶିବୁଗା(ପଲାସା) ଥାନାର ମହିଳା ସବ୍ ଇନ୍ସପେକ୍ଟର ହେଉଛନ୍ତି କେ.ଶିରିଷା । ଏହି ଥାନା ଅନ୍ତର୍ଗତ ଅଡାବି କତ୍ତୁରୁ ଗ୍ରାମ ନିକଟରେ ଏକ ପଡିଆରେ ଜଣେ ଅଜଣା ବୃଦ୍ଧଙ୍କର ଶବ ପଡି ରହିଥିବା ଖବର ପାଇ ମହିଳା ସବ୍ ଇନ୍ସପେକ୍ଟର ଜଣକ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବା ସହ ଶବଟିକୁ ଉଠାଇବାକୁ ଗ୍ରାମବାସୀଙ୍କୁ ଅନୁରୋଧ କରିଥିଲେ ।

କିନ୍ତୁ କେହି ସହଯୋଗର ହାତ ବଢାଇନଥିଲେ । ପରେ ନିଜ ମାନବିକତା ଦେଖାଇବା ସହ ସେହି ରାସ୍ତା ଦେଇ ଯାଉଥିବା ୨ଜଣ ଲୋକଙ୍କ ସହାୟତାରେ ମିଶି ଶବଟିକୁ ନିଜେ କାନ୍ଧରେ ବୋହି ବୋହି ୨କିଲୋମିଟର ନେଇ ଅନ୍ତିମ ସଂସ୍କାର କରାଇଥିଲେ ।ତେବେ ଶିରିଷାଙ୍କର ଏଭଳି ମାନବିକତା ପୂର୍ଣ୍ଣ କାର୍ଯ୍ୟକୁ ବିଭିନ୍ନ ମହଲ ସମେତ ବିଭାଗୀୟ କର୍ତ୍ତୃପକ୍ଷ ମଧ୍ୟ ପ୍ରଶଂସା କରିଛନ୍ତି ।