ଭୁବନେଶ୍ୱର: ଓଡିଶାର ମଲ୍ଟିସ୍ପେସିଲିଟି ସ୍ୱାସ୍ଥ୍ୟ ସେବା ପ୍ରତିଷ୍ଠାନ ଆପୋଲୋ ହସ୍ପିଟାଲ ବିଶ୍ୱ କର୍କଟ ଦିବସରେ, କର୍କଟ ରୋଗ ନିମନ୍ତେ ସଚେତନତା ସୃଷ୍ଟି କରିବା ପାଇଁ ଏକ ମେଗା ସାଇକ୍ଲୋଥନ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିଲା | ଆପୋଲୋ ହସ୍ପିଟାଲ ଏଣ୍ଟେରପ୍ରାଇଜ ଲିମିଟେଡ଼ର ସିଇଓ ସୁଧୀର ଏମ୍ ଦିଗିକର ପତାକା ଦେଖାଇ ଏହି ମେଗା ସାଇକ୍ଲୋଥନର ଉଦଘାଟନ କରିଥିଲେ |ତେବେ ଅନ୍ୟମାନଙ୍କ ମଧ୍ୟରେ ମେଡିକାଲ ସର୍ଭିସେସ ନିର୍ଦ୍ଦେଶକ ଡ. ଆଶିଷ ଚନ୍ଦ୍ର, କର୍କଟ ରୋଗରୁ ଆରୋଗ୍ୟ ଲାଭ କରିଥିବା ଆୱାକେନର ପ୍ରତିଷ୍ଠାତା ପରିଚାଳନା ନିର୍ଦ୍ଦେଶକ ସ୍ଵାଗତିକ ଆଚାର୍ଯ୍ୟ, ଟାଟା କନ୍ସଲଟାନ୍ସି ସର୍ଭିସେସର ଭୁବନେଶ୍ୱର ଡେଲିଭରି ସେଣ୍ଟରର ମୁଖ୍ୟ ସରିତା ମିଶ୍ର, ତଥା ବିଶିଷ୍ଟ ଅଭିନେତା ଓ ସମାଜସେବୀ ସବ୍ୟସାଚୀ ମିଶ୍ର ଆଦି ଉପସ୍ଥିତ ଥିଲେ | ଏହି ମେଗା ସାଇକ୍ଲୋଥନରେ ୨୦୦ରୁ ଅଧିକ ଅଂଶଗ୍ରହଣକାରୀ ଯୋଗ ଦେଇ କ୍ୟାନ୍ସର ଭଳି ମାରାତ୍ମକ ରୋଗର ନିରାକରଣ,ଯତ୍ନ ଏବଂ ଚିକିତ୍ସା ବିଷୟରେ ସଚେତନତା କରିବା ପାଇଁ ୧୫ କିଲୋମିଟର ପର୍ଯ୍ୟନ୍ତ ସାଇକେଲ ରାଲି କରିଥିଲେ |

କର୍କଟ ରୋଗର ଚିକିତ୍ସା ଏକ ଜରୁରୀ ସ୍ୱାସ୍ଥ୍ୟ ସେବା ମଧ୍ୟରୁ ଗୋଟିଏ | ଭୁବନେଶ୍ୱର ଆପୋଲୋ କ୍ୟାନ୍ସର ହସ୍ପିଟାଲ ଓଡ଼ିଶାର ଲୋକଙ୍କ ପାଇଁ ଉପଯୁକ୍ତ ମୂଲ୍ୟରେ ସ୍ୱାସ୍ଥ୍ୟସେବା ଏବଂ କର୍କଟ ରୋଗର ଚିକିତ୍ସା ଯୋଗାଇ ଦେବାରେ ଏକ ଉପଯୁକ୍ତ ଅନୁଷ୍ଠାନ ହୋଇପାରିଛି | ସଚେତନତା ହେଉଛି ରୋଗ ପ୍ରତିରୋଧର ପ୍ରଥମ ପ୍ରତିଷେଧକ | ମୁଁ ଆଶା କରୁଛି ଆଜି ଆୟୋଜିତ ଏହି ମେଗା ସାଇକ୍ଲୋଥନ ଏବଂ ଅନ୍ୟ ଜନ ସଚେତନତା କାର୍ଯ୍ୟକ୍ରମ କର୍କଟ ରୋଗର ପ୍ରତିରୋଧ ଏବଂ ଚିକିତ୍ସା ବିଷୟରେ ଲୋକଙ୍କୁ ସଚେତନତା ପ୍ରଦାନ କରିବ ବୋଲି ଆପୋଲୋ ହସ୍ପିଟାଲ ଏଣ୍ଟେରପ୍ରାଇଜ ଲିମିଟେଡ଼ର ସିଇଓ ସୁଧୀର ଏମ୍ ଦିଗିକର ଜଣାଇଛନ୍ତି | ତେବେ ପ୍ରତିବର୍ଷ ଫେବ୍ରୁଆରୀ ୪ତାରିଖ ଦିନକୁ ବିଶ୍ୱ କର୍କଟ ଦିବସ ଭାବେ ପାଳନ କରାଯାଏ | ତେବେ ଚଳିତ ବର୍ଷର ବିଷୟବସ୍ତୁ ରହିଛି “ଟୁଗେଦର, ଅଲ ଆୱାର ଆକ୍ସନ ମ୍ୟାଟର” |