Odia News Portal

ସନ୍ନି ଲିଓନୀଙ୍କୁ କ୍ରାଇମ ବ୍ରାଞ୍ଚର ଜେରା

ଥିରୁଅନନ୍ତପୁରମ୍: ବଲିଉଡର ହଟ୍ ଆକଟ୍ରେସ ସନ୍ନି ଲିଓନୀଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ । ଶୁକ୍ରବାର ସନ୍ଧ୍ୟାରେ କେରଳ ପୋଲିସ ଅଭିନେତ୍ରୀ ସନ୍ନି ଲିଓନୀଙ୍କୁ ଠକେଇ ଅଭିଯୋଗରେ ପଚରାଉଚରା କରିଥିଲା। କୋଚିରେ ଦୁଇଟି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସନ୍ନି ଲିଓନ ୨୯ ଲକ୍ଷ ଟଙ୍କା ଓ ୧୨ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ ହୋଇଛି | କିନ୍ତୁ ସେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇନାହାଁନ୍ତି। ତେବେ ଏହି ମାମଲାରେ ସନ୍ନି ଲିଓନ ପୋଲିସ ନିକଟରେ ତାଙ୍କ ପକ୍ଷ ରଖିଛନ୍ତି। ଥିରୁଅନନ୍ତପୁରମ୍ ଥାନାରେ ଏନେଇ ଅଭିଯୋଗ ହୋଇଛି। ଏନେଇ କେରଳ କ୍ରାଇମବ୍ରାଞ୍ଚ ପକ୍ଷରୁ ସନ୍ନିଙ୍କୁ ଜେରା କରାଯାଇଛି।

ସୂଚନାନୁଯାୟୀ, ପେରୁମ୍ବାଭୁର ବାସିନ୍ଦା ଆର୍ ସିୟାଜ୍ ଆୟୋଜନ କରିବାକୁ ଥିବା ଦୁଇଟି ଇଭେଣ୍ଟ ପାଇଁ ସନ୍ନି ତାଙ୍କଠାରୁ ୨୯ ଲକ୍ଷ ଟଙ୍କା ଅଗ୍ରୀମ ନେଇଥିଲେ । କିନ୍ତୁ ସେ ଏହାକୁ ପରେ ଖାତିର କରି ନଥିଲେ। ଏହାକୁ ଭିତ୍ତି କରି ଏକ ଅର୍ଥନୀତିକ ଠକେଇ ଅଭିଯୋଗ ସିୟାଜ୍ ରାଜ୍ୟ ପୋଲିସ ମୁଖ୍ୟଙ୍କ ନିକଟରେ ଦାଖଲ କରିଥିଲେ। ଏହି ଅଭିଯୋଗକୁ କ୍ରାଇମ୍ ବ୍ରାଞ୍ଚ ତଦନ୍ତ କରିବାକୁ ଯାଇ ସନ୍ନିଙ୍କୁ ଜେରା କରିଛନ୍ତି। ଥିରୁଅନନ୍ତପୁରମର ପୂର୍ବାଠାରେ ସନ୍ନି ଏକ ସିନେମା ଶୁଟିଂ ପାଇଁ ଆସିଥିବା ବେଳେ ସେଠାରେ ତାଙ୍କୁ ଜେରା କରିଥିଲା ପୋଲିସ।