Odia News Portal

ରମାଦେବୀ ପାଇଁ ଆଉ ୧୮ କୋଟି

ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ୪ଟି ବିଲ୍ଡିଂ ଲୋକାର୍ପଣ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକାର୍ପଣ । ୩୩ କୋଟି ଟଙ୍କାରେ ଏହି ୪ଟି ବିଲ୍ଡିଂ ନିର୍ମାଣ କରାଯାଇଛି । ଏକାଡେମିକ ବ୍ଲକ ୨ ଓ ୩ ଏବଂ ଅନ୍ୱେଷା ଛାତ୍ରୀ ନିବାସ ଲୋକାର୍ପିତ ହୋଇଛି । କୁନ୍ତଳା କୁମାରୀ ଗ୍ରନ୍ଥାଗାର ମଧ୍ୟ ଲୋକାର୍ପିତ ହୋଇଛି । ତେବେ ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି କି, କରୋନା ପରେ ଆଜି ମୁଁ ପ୍ରଥମ ଥର ପାଇଁ ପିଲାମାନଙ୍କୁ ଭେଟୁଛି । ଓଡିଶାର ପ୍ରଥମ ମହିଳା ୟୁନିଭରସିଟି, ରମାଦେବୀ ମହିଳା ୟୁନିଭରସିଟିକୁ ଆସି ମୁଁ ବହୁତ ଖୁସି । ଏହି ଅବସରରେ ଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।

ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ମଧ୍ୟ ଯୋଗ ଦେଇଛନ୍ତି । ଏହି ଅବସରରେ ୩୩ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କରିବା ସହ ବିଶ୍ୱବିଦ୍ୟାଳୟ ପରିସରରେ ଦୁଇଟି ପ୍ରଶାସନିକ ଭବନ, କୁନ୍ତଳା କୁମାରୀ ସାବତ ସ୍ମାରକୀ ବିଶ୍ୱସ୍ତରୀୟ ଗ୍ରନ୍ଥାଗାର ଓ ଗବେଷଣାରତ ଛାତ୍ରଛାତ୍ରୀଙ୍କ ପାଇଁ ଅନ୍ଵେଷା ଛାତ୍ରୀନିବାସର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହାସହ ମୁଖ୍ୟମନ୍ତ୍ରୀ ରମାଦେବୀରେ ୧୮ କୋଟି ଟଙ୍କାର ପ୍ରକଳ୍ପ ମଧ୍ୟ ଘୋଷଣା କରିଛନ୍ତି । ବିଶ୍ୱବିଦ୍ୟାଳୟରେ ଥିବା ସମସ୍ତ ବିଲ୍ଡିଂ, ଛାତ୍ରୀ ନିବାସ ଓ ଏକାଡେମିକ ବ୍ଲକ ଗୁଡିକର ନବୀକରଣ ଲାଗି ଏହି ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ, ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ବିଧାୟକ ଅନନ୍ତ ନାରାୟଣ ଜେନା ମଧ୍ୟ ଉପସ୍ଥିତ ରହିଥିଲେ ।