ଭୁବନେଶ୍ୱର: ଆରମ୍ଭ ହେଲା ଯୁକ୍ତ ତିନି ଦ୍ୱିତୀୟ ବର୍ଷ ଓ ପିଜି ପ୍ରଥମ ବର୍ଷର ପାଠପଢ଼ା । ଏଥିପାଇଁ କଲେଜ ଓ ବିଶ୍ୱବିଦ୍ୟାଳୟ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । ସାମାଜିକ ଦୂରତା ସହିତ ମାସ୍କ ଓ ସାନିଟାଇଜେସନ୍ ବ୍ୟବସ୍ଥାକୁ କଡ଼ାକଡ଼ି ପାଳନ କରାଯାଉଛି। ଛାତ୍ରଛାତ୍ରୀ ଯେପରି କୋଭିଡ ନିୟମ ପାଳନ କରିବେ ସେ ନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଦୃଷ୍ଟି ଦେବେ । ଏଥିସହ ରାଜ୍ୟରେ ବୈଷୟିକ ଶିକ୍ଷାନୁଷ୍ଠାନ ମଧ୍ୟ ଆଜି ଖୋଲୁଛି।

୧୭ ତାରିଖରୁ ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡିକରେ ଶିକ୍ଷାଦାନ ଆରମ୍ଭ ହେବ । କୋଭିଡ ଗାଇଡଲାଇନ ପାଳନ ସହ ଆରମ୍ଭ ହେବ ପାଠପଢା । ଆଇଟିଆଇ, ପଲିଟେକ୍ନିକ ଓ ଇଞ୍ଜିନିୟରିଂ କଲେଜ ଗୁଡିକରେ ପାଠପଢା ହେବ । ପ୍ରଫେସନାଲ ଶିକ୍ଷାନୁଷ୍ଠାନ ଗୁଡିକରେ ମଧ୍ୟ ପାଠପଢା ଆରମ୍ଭ ହେବ ।କାରଣ ମହାମାରୀ କାରଣରୁ ଗତ ବର୍ଷ ମାର୍ଚ୍ଚ ମାସରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା । ଏବେ ରାଜ୍ୟରେ କରୋନାର ପ୍ରକୋପ ଧିରେ ଧିରେ କମିବା ପରେ ସବୁ ଶିକ୍ଷାନୁଷ୍ଠାନକୁ ଖୋଲୁଛନ୍ତି ସରକାର ।ତେବେ ପୂର୍ବରୁ ରାଜ୍ୟର ମେଡିକାଲ କଲେଜ ମଧ୍ୟ ଖୋଲି ସାରିଛି ।