Odia News Portal

ବିଏମସି କମିଶନର ନେଲେ କରୋନା ଟିକା

ଭୁବନେଶ୍ୱର: କରୋନା ଗ୍ରହଣ କଲେ ବିଏମସି କମିଶନର । କ୍ୟାପିଟାଲ ହସ୍ପିଟାଲରେ ଆଜି କରୋନା ଟିକା ଗ୍ରହଣ କରିଛନ୍ତି ପ୍ରେମଚନ୍ଦ୍ର ଚୌଧୁରୀ । ଟିକା ନେବା ପରେ ସେ ଅଧଘଣ୍ଟା ଅବଜରଭେସନରେ ରହିଥିଲେ । ତେବେ ଏହା ପୂର୍ବରୁ ଅନ୍ୟ ପ୍ରଶାସନିକ ଅଧିକାରୀ ମଧ୍ୟ ଟିକା ଗ୍ରହଣ କରିଥିଲେ ।

ଅନ୍ୟପକ୍ଷେ ମାର୍ଚ୍ଚ ପହିଲାରୁ ବୟସ୍କ ଓ ଜଟିଳ ବା କୋ-ମର୍ବିଡ୍‌ ଥିବା ଲୋକଙ୍କୁ ଟିକା ଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ମାତ୍ର ଓଡ଼ିଶାରେ କେ‌ଉଁ ତାରିଖରୁ ଟିକାକରଣ ଆରମ୍ଭ ହେବ, ତାହା ରାଜ୍ୟ ସରକାର ସ୍ପଷ୍ଟ କରିନାହାନ୍ତି । ତେଣୁ ମେଡିକାଲ କଲେଜ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଉପଖଣ୍ଡ ଚିକିତ୍ସାଳୟ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ସ୍ବାସ୍ଥ୍ୟ ଓ ୱେଲନେସ୍‌ କେନ୍ଦ୍ର ଓ ସବ୍-ସେଣ୍ଟରଗୁଡ଼ିକ ଏଥିପାଇଁ ପ୍ରସ୍ତୁତ କରିବା ଲାଗି କୁହାଯାଇଛି ।