Odia News Portal

ସାବିତ୍ରୀରେ ସ୍ୱାମୀକୁ ପଥରରେ ଛେଚିଦେଲା ସ୍ତ୍ରୀ

କେନ୍ଦୁଝର: ଆଜି ହେଉଛି ସାବିତ୍ରୀ ବ୍ରତ । ସ୍ୱାମୀର ଦୀର୍ଘାୟୁ କାମନା କରିବା ସହ ଆରୋଗ୍ୟ ଲାଭ ଲାଗି ବ୍ରତ ରଖିଥାନ୍ତି ସାଧବା ନାରୀମାନେ । ତେବେ ସ୍ୱାମୀ ସ୍ତ୍ରୀଙ୍କ ଲାଗି ଆଜିର ଦିନଟି ବେଶ ମହତ୍ୱପୂର୍ଣ୍ଣ । କିନ୍ତୁ ଆଜିର ଦିନରେ ସ୍ୱାମୀଙ୍କୁ ଇଟାରେ ଛେଚି ଲହୁ ଲୁହାଣ କରିଛି ସ୍ତ୍ରୀ । କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଝାଡଗାଁରୁ ଆସିଛି ଏଭଳି ଖବର । ଏହି ଗାଁର ମୋଟୁ ମୁଣ୍ଡାଙ୍କୁ ପଥରରେ ଛେଚି ଦେଇଛନ୍ତି ତାଙ୍କ ସ୍ତ୍ରୀ ଦୌପଦୀ ।

କୌଣସି ପାରିବାରିକ କଥାକୁ ନେଇ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଯାହାକି ଉଗ୍ରରୂପ ଧାରଣ କରିଥିଲା । ଆଉ ମୋଟୁଙ୍କ ମୁଣ୍ଡକୁ ଇଟାରେ ଛେଚି ରକ୍ତାକ୍ତ କରିଥିଲେ ଦ୍ରୋପଦୀ । ତେବେ ମୋଟୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ ଗାଁ ଲୋକେ । ତାଙ୍କୁ ରକ୍ତ ଜୁଡୁବଉହୁ ଅବସ୍ଥାରେ ଉଦ୍ଧାର କରି ବଡ଼ବିଲ ମେଡିକାଲରେ ଭର୍ତି କରାଯାଇଛି । ପୋଲିସ ଖବର ପାଇ ଘଟଣାର ଛାନଭିନ୍ କରୁଛି ।