Odia News Portal

ରାଜଧାନୀରୁ କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ

ଭୁବନେଶ୍ୱର: ଦିନକୁ ଦିନ ବଢ଼ିବାରେ ଲାଗିଛି ଅପରାଧ । ରାଜଧାନରେ କମିବାର ନାଁ ଧରୁନି ନିଶା କାରବାର । ପ୍ରତିଦିନ ଧରା ହେଉଛନ୍ତି ନିଶା କାରବାର କରୁଥିବା ବ୍ୟବସାୟୀ । ଏହାରି ଭିତରେ ରାଜଧାନୀରୁ ପୁଣି ଆଜି ଜବତ ହୋଇଛି ବ୍ରାଉନସୁଗର। ଜବତ ବ୍ରାଉନସୁଗରର ମୂଲ୍ୟ କୋଟିଏରୁ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଜଣା ପଡ଼ିଛି। ରସୁଲଗଡ଼ ନିକଟରେ ଚଢ଼ାଉ କରି ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଏହି ଘଟଣାରେ ପଶ୍ଚିମବଙ୍ଗ ୨୪ ପ୍ରଗଣା ଅଞ୍ଚଳର ୨ ଜଣ ବେପାରୀ ଗିରଫ ହୋଇଛନ୍ତି । ସେମାନଙ୍କ ପାଖରୁ ୧କିଲୋ ୨୫ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ରାକିବୁଲ ଲସ୍କର, ସୁଧନ୍ୟ ଗାୟନ । ଏସଟିଏଫ୍ ଏନେଇ ଅଧିକ ତଦନ୍ତ ଜାରି ରଖିଛି ।