Odia News Portal

ବେକରୀକୁ ଯାଉଥିବା ପଚା ଅଣ୍ଡା ଜବତ

କଟକ: ଆପଣ ସାଧାରଣତଃ ନକଲି ହଳଦୀ, ଲଙ୍କାଗୁଣ୍ଡ, ଘିଅ, ଟମାଟୋ ସସ୍ ବିଷୟରେ ଶୁଣିଥିବେ କିମ୍ବା ଅପମିଶ୍ରିତ ଦ୍ରବ୍ୟ ବିଷୟରେ ପେପରରେ ପଢିଥିବେ ତେବେ ବର୍ତ୍ତମାନ କଟକରେ ବହୁ ସଂଖ୍ୟାରେ ପଚା ଅଣ୍ଡା ଜବତ ହୋଇଛି । ଛୋଟ ଛୁଆଠୁ ଆରମ୍ଭ କରି ରୋଗୀ ଓ ବୟସ୍କମାନେ ଏହି ବେକେରୀ ଜାତୀୟ ଜିନିଷ ଖାଇଥାଆନ୍ତି । ସିଏମସିର ବାରମ୍ବାର ଚଡାଉ ସତ୍ତ୍ୱେ କଟକରେ ନକଲି ସମାଗ୍ରୀ ବିକ୍ରି ଥମିବାର ନା ନେଉନି ।
ଯାହା ସାଧାରଣ ପକ୍ଷେ ଅଜାଣତରେ ଆମ ଶରୀରକୁ କ୍ଷତି ପହଂଚାଇ ଥାଏ । ସୁଚନା ଅନୁସାରେ ଚୌଦ୍ୱାର ବାଳି ଅଞ୍ଚଳରୁ ଏହି ଅଣ୍ଡା ସବୁ କଟକ ସାଆନ୍ତସାହିରେ ଥିବା ଏକ ବେକେରୀ ଫ୍ୟାକ୍ଟ୍ରିକୁ ଆସୁଥିଲା । ଏହି ସମୟରେ ସିଏମସି ସ୍ୱାସ୍ଥ୍ୟ ଅଧିକାରୀ ଓ ଖାଦ୍ୟ ସୁରକ୍ଷା ସ୍କ୍ବାର୍ଡ ପକ୍ଷରୁ ଚଢ଼ାଉ କରାଯାଇଛି । ଘଟଣାରେ ଗାଡି ଡ୍ରାଇଭର ଅଟକ ରହିବା ସହ ୧୦ ଟି ପେଟିରେ ୩ ହଜାର ଅଣ୍ଡା ଜବତ କରାଯାଇଛି ।