Odia News Portal

ସିନିଅର ମହିଳା ହକିର କ୍ୱାର୍ଟର ଫାଇନାଲରେ ଓଡିଶା

ଝାନ୍‌ସୀ: ଝାନସୀରେ ଚାଲିଥିବା ସିନିଅର ମହିଳା ହକି ପ୍ରତିଯୋଗିତାରେ ଓଡିଶାର ବିଜୟଧାରା ଜାରି ରହିଛି । ପ୍ରତିଯୋଗିତାରେ ଓଡିଶା ଦଳ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି । ଛତିଶଗଡକୁ ୩-୦ ଗୋଲରେ ହରାଇବା ସହ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି ଅସ୍ମିତା ବାର୍ଲାଙ୍କ ନେତୃତ୍ୱାଧୀନ ଓଡିଶା ଦଳ । ମ୍ୟାଚରେ ଦଳ ପକ୍ଷରୁ ଜାହ୍ନବୀ ପ୍ରଧାନ, ଦୀପ୍ତି ଲାକ୍ରା ଓ ଖୁସବୁ କୁଜୁର ଗୋଟିଏ ଲେଖାଏଁ ଗୋଲ୍ ସ୍କୋର କରିଥିଲେ । ଅଲିମ୍ପିଆନ ଲାଜରୁସ ବାର୍ଲା ଓଡିଶା ଦଳର ପ୍ରଶିକ୍ଷକ ରହିଛନ୍ତି ।