ଭୁବନେଶ୍ୱର: ରାଜ୍ୟରେ ଦୋଳି ଖେଳୁଛି ଦୈନିକ ସଂକ୍ରମଣ ହାର । କେବେ କମୁଛି ତ ଆଉ କେବେ ବଢ଼ୁଛି । ତେବେ ରାଜ୍ୟରେ ପ୍ରତିଦିନ ଗଢ଼ୁଛି ମୁଣ୍ଡ । ଆଜି ରାଜ୍ୟରେ ୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ୩୫୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୨୦୭ ଓ ସ୍ଥାନୀୟ ଅଂଚଳରୁ ୧୪୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରେ ୪୫ ଜଣ ଶିଶୁ ଓ କିଶୋର ଅଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୮୧, କଟକରୁ ୩୫, ଯାଜପୁରରୁ ୧୫, ବାଲେଶ୍ୱରରୁ ୧୩, ଜଗତସିଂହପୁରରୁ ୧୦, କେନ୍ଦ୍ରାପଡାରୁ ୮, ଭଦ୍ରକରୁ ୬, ନୟାଗଡରୁ ୬, ପୁରୀରୁ ୬, ସମ୍ବଲପୁରରୁ ୫, ବଲାଙ୍ଗିରରୁ ୪, ମୟୂରଭଞ୍ଜରୁ ୩, ସୁନ୍ଦରଗଡରୁ ୩, ଗଜପତିରୁ ୨, କୋରାପୁଟରୁ ୨, ନବରଙ୍ଗପୁରରୁ ୨, ଅନୁଗୁଳରୁ ୧, ଦେବଗଡରୁ ୧, ଝାରସୁଗୁଡାରୁ ୧, କେନ୍ଦୁଝରରୁ ୧, ନୂଆପଡାରୁ ୧, ସୋନପୁରରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୮ଟି ଜିଲ୍ଲାରୁ କୌଣସି ନୂଆ ମାମଲା ଚିହ୍ନଟ ହୋଇନାହିଁ । ଷ୍ଟେଟ ପୁଲରୁ ୪୪ ମାମଲା ଆସିଛି ।
ରାଜ୍ୟରେ ଏ ଯାଏଁ ମୋଟ ୧୦ ଲକ୍ଷ ୪୨ ହଜାର ୭୭୩ ଜଣ କୋରୋନା ସଂକ୍ରମିତ ହୋଇସାରିଛନ୍ତି । ସେମାନଙ୍କ ମଧ୍ୟରୁ ୧୦ ଲକ୍ଷ ୩୦ ହଜାର ୪୪୨ ସୁସ୍ଥ ହୋଇସାରିଛନ୍ତି । ରାଜ୍ୟରେ ବର୍ତ୍ତମାନ ୩ ହଜାର ୯୩୧ ରୋଗୀ ଚିକିତ୍ସାଧୀନ ଅଛନ୍ତି ।
Sign in
Sign in
Recover your password.
A password will be e-mailed to you.
