Odia News Portal

ତାରାଙ୍କ ନାଁରେ ଏତଲା

ଜୟପୁର: ଜୟପୁର ବିଧାୟକ ତଥା କଂଗ୍ରେସର ଟାଣୁଅାଁ ନେତା ତାରା ବାହିନୀପତିଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି । ଶୁକ୍ରବାର କଂଗ୍ରେସ ପକ୍ଷରୁ ହରତାଳ କରାଯାଇଥିବାବେଳେ ଗାଡ଼ି ଅଟକାଇଥିବା ଅଭିଯୋଗ ଆସିଛି । ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ କି, ଓଡ଼ିଶା ବନ୍ଦ ନୁହେଁ ହରତାଳ । ହରତାଳ ସମୟରେ କାହାର ଗାଡ଼ି ଅଟକାଇ ପାରିବ ନାହିଁ କିମ୍ବା ଦୋକାନ ବଜାରା ବନ୍ଦ ବାଧ୍ୟତାମୂଳକ ନୁହେଁ । ତେବେ ବିଧାୟକ ଜୟପୁର ହରତାଳ କରିବା ବେଳେ ଲୋକଙ୍କ ଗାଡ଼ି ଅଟକାଉଥିବା ଅଭିଯୋଗ ହୋଇଛି ।