Odia News Portal

ଖୁଡ଼ିକୁ ନେଇ ପୁତୁରା ଫେରାର

ଜୟପୁର: ପ୍ରେମ କେତେବେଳେ ଆଉ କାହା ସାଥିରେ ହୋଇଥାଏ ତାହା ଜଣା ପଡେନାହିଁ । ପ୍ରେମ ଦେଖେ ନା ବୟସର ତାରତମ୍ୟ କି ଜାତି ଧର୍ମ । ପ୍ରେମରେ ପଡ଼ିବା ପରେ ମଣିଷ ଅନ୍ଧ ପାଲଟି ଯାଇଥାଏ । ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ରାଜସ୍ଥାନରେ । ଭରତପୁର ଅଞ୍ଚଳର ଜଣେ ଯୁବକ ନିଜ ଖୁଡ଼ିକୁ ନେଇ ଫେରାର ହୋଇଯାଇଛନ୍ତି । ଏନେଇ ଦାଦା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଛାନଭିନ୍ ଆରମ୍ଭ କରିଛି ।

ଦୁଇବର୍ଷ ତଳେ ବିବାହ ହୋଇଥିଲା । ତେବେ ପୁତୁରା ସହ ଖୁଡ଼ିର ସମ୍ପର୍କ ବଢ଼ିଯାଇଥିଲା । ଉଭୟ ଲୁଚାଛପାରେ ମିଳାମିଶା କରୁଥିଲେ । ତେବେ ଏହି ଲୁଚାଛପା ପ୍ରେମ ବେଶି ଦିନ ରହିନଥିଲା । ଶେଷରେ ଗତ ୧୬ ତାରିଖ ଦିନ ୧୯ ବର୍ଷୀୟା ଖୁଡ଼ିକୁ ନେଇ ଫେରାର ହୋଇଛି ୨୪ ବର୍ଷୀୟା ପୁତୁରା । ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।