Odia News Portal

ସମିତାଙ୍କୁ ପ୍ରପୋଜ କଲେ ରାଖୀଙ୍କ ସ୍ୱାମୀ

ଦୀର୍ଘ ଦିନର ଅପେକ୍ଷା ପରେ ସାମ୍ନାକୁ ଆସିଲେ ରାଖୀଙ୍କ ସ୍ୱାମୀ । ନିଜ ପତ୍ନୀ ରାଖୀଙ୍କୁ ଛାଡି ଶିଳ୍ପା ଶେଟ୍ଟୀଙ୍କ ଭଉଣୀ ସମିତାଙ୍କୁ ପ୍ରପୋଜ କରିଛନ୍ତି । ସମସ୍ତଙ୍କ ସାମ୍ନାରେ ରାଖୀଙ୍କ ସ୍ୱାମୀ ସମିତାଙ୍କୁ ପ୍ରପୋଜ କରିଛନ୍ତି । ଏହି ଘଟଣାକୁ ଦେଖି ରାଖୀ ରାଗିକି ପୂରା ଲଙ୍କା । ଯେଉଁ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।
୨୦୧୯ ମସିହାରେ ଡ୍ରାମା କୁଇନ ରାଖୀ ସାୱନ୍ତ ବିବାହ କରିଥିଲେ । ସେ ବିବାହର ଫଟୋ ସେୟାର କରିଥିଲେ କିନ୍ତୁ ସ୍ୱାମୀଙ୍କ ମୁହଁ ଦେଖାଇନଥିଲେ । ଯାହାକୁ ନେଇ ତାଙ୍କୁ ସବୁବେଳେ ଲୋକଙ୍କଠୁ ବହୁତ କଥା ମଧ୍ୟ ଶୁଣିବାକୁ ମିଳିଥିଲା । କିନ୍ତୁ ସବୁ ଅପେକ୍ଷାର ଅନ୍ତ ଘଟିଛି ଆଉ ଏବେ ଲୋକଙ୍କ ନଜରକୁ ଆସିଛନ୍ତି ରାଖୀଙ୍କ ସ୍ୱାମୀ