Odia News Portal

ଜୱାଦ ପ୍ରଭାବରେ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ୨ ଫୁଟର ପାଣି


ଜଓ୍ୱାଦ ବାତ୍ୟା ଯୋଗୁଁ କୋଣାର୍କରେ ଗତକାଲି ମଧ୍ୟ ରାତିରୁ ପ୍ରବଳ ବର୍ଷା । ସୂର୍ୟ୍ୟ ମନ୍ଦିରର ଚାରିପଟେ ପାଣି ଜମି ରହିଛି । ପାଣି ନିଷ୍କାସନ ପାଇଁ ଏଏସଆଇ ପକ୍ଷରୁ ୩ଟି ମୋଟର ଲଗାଯାଇଛି । ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ପାଣି ପସିଛି । ସେପଟେ ଲୋକେ ତଥା ପର୍ୟ୍ୟଟକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ସେପଟେ ବର୍ଷା ହେତୁ ଏକର ଏକର ଧାନ ଫସଲ ନଷ୍ଟ ହୋଇଯାଇଛି । ଫସଲ ନଷ୍ଟ ହୋଇଯିବା ଯୋଗୁଁ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଚାଷୀମାନେ ଏବେ ବଡ ଚିନ୍ତାରେ, କାରଣ ସେମାନେ କରଜ କରି ଧାନ ଚାଷ କରିଥିଲେ । ଦୁଖଃର ବିଷୟ ବର୍ଷା ଯୋଗୁଁ ପାଚିଲା ଧାନ ପାଣିରେ ଭାସୁଛି । ଏବେବି ବର୍ଷା ଲାଗିରହିଛି । ବର୍ଷାକୁ ଖାତିରି ନକରି ଚାଷୀ ବିଲରୁ ପାଣି କାଟିବା ଦେଖିବାକୁ ମିଳିଛି । ଧାନ ବିଲରୁ ପାଣି ଯିବାକୁ କୈାଣସି ସୁବିଧା ନଥିବା କୁହନ୍ତି ।