Odia News Portal

ବିକାନେର ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ଏହି ସ୍ପଷ୍ଟ

ଦୁର୍ଘଟଣାଗ୍ରସ୍ତ ବିକାନେର ଏକ୍ସପ୍ରେସ୍ । ପାଟନାରୁ ଆସାମ ଯାଉଥିବାବେଳେ ହୋଇଛି ଦୁର୍ଘଟଣାଗ୍ରସ୍ତ । ସୂଚନା ମୁତାବକ ବର୍ତ୍ତମାନ ଟ୍ରେନର ୬ଟି ବଗି ଲାଇନ୍ଚ୍ୟୁତ୍ ହୋଇଛି । ଏ ସମସ୍ତ ବଗିରେ ସାଧାରଣ ଯାତ୍ରୀ ରହିଥିଲେ । ଦୁର୍ଘଟଣା ଫଳରେ ଅଧିକାଂଶ ଯାତ୍ରୀ ମୃତାହତ ହୋଇଥିବା ଜଣା ପଡିଛି ।
ପଶ୍ଚିମବଙ୍ଗର ଦାମୋହାନୀ ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଛି । ଯଦିଓ ମୃତାହତ ସଂଖ୍ୟା ଏବେଯାଏ ସ୍ପଷ୍ଟ ହୋଇନାହିଁ ତଥାପି ଏହି ସଂଖ୍ୟା ଅଧିକ ରହିପାରେ । ଏହି ଦୁର୍ଘଟଣାରେ ପ୍ରାୟ ୪୦୦ ଶହରୁ ପାଞ୍ଚଶହ ଲୋକ ଫସିଥିବା ଜଣାପଡିଛି । ସେପଟେ ଦୁର୍ଘଟଣା ଖବର ପାଇ ପଶ୍ଚିମବଙ୍ଗ ପୋଲିସ, ଦମକଳ ବାହିନୀ ଏବଂ ସ୍ଥାନୀୟ ଲୋକ ଉଦ୍ଧାର କାର୍ୟ୍ୟରେ ନିୟୋଜିତ ରହିଛନ୍ତି ।