Odia News Portal

ଧନତେରସ୍ କରିଦେବ ଧନୀ, କରନ୍ତୁ ଏହି କାମ?

ଆଲୋକର ପର୍ବ ଦୀପାବଳି ପୂର୍ବରୁ ଆସେ ଧନତେରସ୍। ଏହି ଦିନ ବଜାରରେ ଦେଖିବାକୁ ମିଳେ ଗ୍ରାହକଙ୍କ ଭିଡ଼। କିଏ କିଣେ ସୁନା, ତ କିଏ କିଣେ ରୂପା, ଆଉ କିଏ ଘରକୁ ନେଇଯାଏ ନୂଆ ବାସନ। କିନ୍ତୁ କେବେ ଭାବିଛନ୍ତି କି, ଧନତେରସ୍ ଦିନ କାହିଁକି ଏହିସବୁ ଜିନିଷ କିଣିବାର ପରମ୍ପରା ରହିଛି? କ’ଣ ରହିଛି ଏହା ପଛର ପୌରାଣିକ କାହାଣୀ? ଆସନ୍ତୁ ଜାଣିବା ଧନତେରସ୍‌ର ରୋଚକ ଇତିହାସ । ଧନତେରଶ…………. ଧନ, ସମୃଦ୍ଧି ଓ ଉତ୍ତମ ସ୍ୱାସ୍ଥ୍ୟର କାମନା କରି ଏହି ଦିନ ଭଗବାନ ଧନ୍ୱନ୍ତରୀ, ମା’ ଲକ୍ଷ୍ମୀ ଏବଂ କୁବେର ଦେବଙ୍କ ପୂଜା କରାଯାଏ। ଚଳିତ ବର୍ଷ ନଭେମ୍ବର ୬ ତାରିଖ ଶୁକ୍ରବାର ଦିନ ପାଳନ ହେବ ଧନତେରସ। ଏଥର ଶୁକ୍ରବାରରେ ଏହି ପର୍ବ ପଡୁଥିବାରୁ ଏହାର ଧାର୍ମିକ ମହତ୍ତ୍ୱ ଆହୁରି ବୃଦ୍ଧି ପାଇଛି।

ଏହି ଦିନ ମା’ ଲକ୍ଷ୍ମୀଙ୍କ ଆରାଧନା, ଦୀପଦାନ ଓ ଦାନପୁଣ୍ୟ କରିବାର ବିଶେଷ ମହତ୍ତ୍ୱ ରହିଛି। ଧାର୍ମିକ ମାନ୍ୟତା ଅନୁଯାୟୀ, ଏହି ଦିନ ବିଧିବିଧାନ ଅନୁସାରେ ପୂଜା କରିବା ଦ୍ୱାରା ଘରେ ସୁଖ, ଶାନ୍ତି ଓ ସମୃଦ୍ଧି ଆସିଥାଏ। ତେଣୁ ଏଥର ଶୁକ୍ରବାରରେ ଧନତେରସ ପଡୁଥିବାରୁ ଲୋକଙ୍କ ମଧ୍ୟରେ ଏହାକୁ ନେଇ ବିଶେଷ ଉତ୍ସାହ ରହିଛି।

ତେବେ ଆସନ୍ତୁ ଜାଣିବା, ଧନତେରସ୍‌ରେ କେଉଁ ଜିନିଷ କିଣିବା ଶୁଭ ଏବଂ କେଉଁ ଜିନିଷର ରହିଛି ବିଶେଷ ମହତ୍ତ୍ୱ।

୧. ସୁନା ଓ ରୂପା

ଧନତେରସ୍ ଆସିଲେ ସବୁଠାରୁ ପ୍ରଥମେ ମନକୁ ଆସେ ସୁନା ଓ ରୂପା। ଧାର୍ମିକ ବିଶ୍ୱାସ ଅନୁସାରେ ଏହି ଦିନ ସୁନା କିମ୍ବା ରୂପା କିଣିବା ଶୁଭ। ଏହା ସମୃଦ୍ଧି ଓ ଐଶ୍ୱର୍ଯ୍ୟର ପ୍ରତୀକ। ତେଣୁ ଲୋକମାନେ ଏହି ଦିନ ସୁନା ଗହଣା, ରୂପା ମୁଦ୍ରା ଓ ଅନ୍ୟାନ୍ୟ ଅଳଙ୍କାର କିଣିଥାନ୍ତି।

୨. ପିତ୍ତଳ ଓ ତମ୍ବା ବାସନ

ସୁନା ଓ ରୂପା କିଣିବା ସମସ୍ତଙ୍କ ପକ୍ଷରେ ସମ୍ଭବ ନୁହେଁ। ତେଣୁ ଏହି ଦିନ ପିତ୍ତଳ କିମ୍ବା ତମ୍ବା ବାସନ କିଣିବା ମଧ୍ୟ ଶୁଭ ବୋଲି ମନାଯାଏ। ପୁରାଣ ଅନୁସାରେ ଭଗବାନ ଧନ୍ୱନ୍ତରୀ ଅମୃତ କଳସ ଧରି ଆବିର୍ଭାବ ହୋଇଥିଲେ। ତେଣୁ ନୂଆ ବାସନ କିଣିବାର ଏହି ପରମ୍ପରା ରହିଛି।

୩. ଝାଡ଼ୁ

ଧନତେରସ୍‌ରେ ଝାଡ଼ୁ କିଣିବାର ମଧ୍ୟ ଏକ ବିଶେଷ ପରମ୍ପରା ରହିଛି। ଲୋକବିଶ୍ୱାସ ଅନୁସାରେ ଝାଡ଼ୁ ଘରର ଅପରିଷ୍କାର ଓ ନକାରାତ୍ମକତା ଦୂର କରିବାର ପ୍ରତୀକ। ତେଣୁ ଅନେକ ଲୋକ ଏହି ଦିନ ନୂଆ ଝାଡ଼ୁ କିଣିଥାନ୍ତି।

୪. ଧନିଆ ମଞ୍ଜି

ଆପଣ ଜାଣିଛନ୍ତି କି, ଧନତେରସ୍‌ରେ ଧନିଆ ମଞ୍ଜି କିଣିବା ମଧ୍ୟ ଶୁଭ ବୋଲି ମନାଯାଏ। କେତେକ ଅଞ୍ଚଳରେ ଏହାକୁ ମା’ ଲକ୍ଷ୍ମୀଙ୍କ ପୂଜାରେ ଅର୍ପଣ କରାଯାଏ। ଏହାକୁ ଧନଧାନ୍ୟ ଓ ସମୃଦ୍ଧିର ପ୍ରତୀକ ଭାବେ ଗ୍ରହଣ କରାଯାଏ।

୫. ଲକ୍ଷ୍ମୀ ଓ ଗଣେଶଙ୍କ ମୂର୍ତ୍ତି

ଦୀପାବଳି ପୂଜା ପାଇଁ ଧନତେରସ୍ ଦିନ ମା’ ଲକ୍ଷ୍ମୀ ଓ ଭଗବାନ ଗଣେଶଙ୍କ ମୂର୍ତ୍ତି କିଣିବା ମଧ୍ୟ ଶୁଭ ମନାଯାଏ। ଧାର୍ମିକ ବିଶ୍ୱାସ ଅନୁସାରେ ମା’ ଲକ୍ଷ୍ମୀ ଧନ ଓ ସମୃଦ୍ଧି ପ୍ରଦାନ କରୁଥିବା ବେଳେ ଗଣେଶ ବିଘ୍ନ ଦୂର କରନ୍ତି।

୬. ମାଟି ଦୀପ

ଧନତେରସ୍ ଓ ଦୀପାବଳିରେ ମାଟି ଦୀପର ବିଶେଷ ମହତ୍ତ୍ୱ ରହିଛି। ଘରର ମୁଖ୍ୟ ଦ୍ୱାର ଓ ପୂଜାସ୍ଥାନରେ ଦୀପ ଜଳାଇବା ଦ୍ୱାରା ଅନ୍ଧକାର ଦୂର ହୋଇ ଆଲୋକର ଆଗମନ ହୁଏ ବୋଲି ବିଶ୍ୱାସ କରାଯାଏ।

୭. କଳସ ଓ ପୂଜା ସାମଗ୍ରୀ

ଏହି ଦିନ ତମ୍ବା କିମ୍ବା ପିତ୍ତଳ କଳସ, ପୂଜା ଥାଳି, ଘଣ୍ଟି ଓ ଅନ୍ୟାନ୍ୟ ପୂଜା ସାମଗ୍ରୀ କିଣିବା ମଧ୍ୟ ଶୁଭ ବୋଲି ମନାଯାଏ।

୮. ନୂଆ ପୋଷାକ

ଧନତେରସ୍‌ରେ ନୂଆ ପୋଷାକ କିଣିବା ଓ ପିନ୍ଧିବା ମଧ୍ୟ ଅନେକ ପରିବାରରେ ଏକ ପରମ୍ପରା। ପର୍ବର ଖୁସିକୁ ଦ୍ୱିଗୁଣିତ କରିବା ପାଇଁ ଲୋକମାନେ ନୂଆ ପୋଷାକ କିଣିଥାନ୍ତି। ତେବେ ଧନତେରସ୍‌ରେ ଦିନ ଏହି ସବୁ ଜିନିଷ କିଣିବା ବାଧ୍ୟତାମୂଳକ ନୁହେଁ। ନିଜ ସାମର୍ଥ୍ୟ ଅନୁସାରେ ଗୋଟିଏ ଛୋଟ ମାଟି ଦୀପ, ଧନିଆ ମଞ୍ଜି କିମ୍ବା ଗୋଟିଏ ନୂଆ ବାସନ କିଣି ମଧ୍ୟ ଏହି ପର୍ବ ପାଳନ କରିପାରିବେ।