Odia News Portal

ଆତ୍ମହତ୍ୟା କଲେ ଯବାନ

ନୁଆପଡା: କୋମନା ଥାନା ଅନ୍ତର୍ଗତ ବରକୋଟ ଗାଁରେ ଥିବା CRPF କ୍ୟାମ୍ପରେ ଘଟିଛି ଅଘଟଣ । ନିଜ ସର୍ଭିସ ବନ୍ଧୁକରୁ ଗୁଳିକରି ଆତ୍ମହତ୍ୟା କରିଛନ୍ତି ଯବାନ । ମୃତ ଯବାନ ହେଲେ ରାମ ପ୍ରତାପ । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ, ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛନ୍ତି ବରିଷ୍ଠ ଅଧିକାରୀ । ଯବାନ ଜଣଙ୍କ କାହିଁକି ଆତ୍ମହତ୍ୟା କରିଲେ ତାହାର କାରଣ ଅସ୍ପଷ୍ଟ ଥିବାବେଳେ ପୋଲିସ ଏବଂ କ୍ୟାମ୍ପର ବରିଷ୍ଠ ଅଧିକାରୀ ତାହାର କାରଣ ଖୋଜୁଛନ୍ତି ।