ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ ଓ ୱାର୍ଡ ମେମ୍ବର ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହୋଇଥିବା ବେଳେ ନାଏବ ସରପଞ୍ଚ, ପଞ୍ଚାୟତ ସମିତି ଅଧ୍ୟକ୍ଷ, ଉପାଧ୍ୟକ୍ଷ, ଜିଲ୍ଲା ପରିଷଦ  ସଭାପତି ଓ ଉପସଭାପତି ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ମାର୍ଚ୍ଚ ୧୧ ତାରିଖରେ ନାଏବ ସରପଞ୍ଚ ପାଇଁ ନିର୍ବାଚନ ହେବ ।
ସେହିପରି ପଞ୍ଚାୟତ ସମିତି ଅଧ୍ୟକ୍ଷ ପାଇଁ ୧୨ ତାରିଖ ଓ ଉପାଧ୍ୟକ୍ଷ ପାଇଁ ୨୩ ତାରିଖରେ ମତଦାନ ହେବ । ମାର୍ଚ୍ଚ ୧୩ ତାରିଖରେ ଜିଲ୍ଲା ପରିଷଦ ସଭାପତି ଓ ୨୫ ତାରିଖରେ ଉପସଭାପତି ପାଇଁ ନିର୍ବାଚନ ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଅନ୍ୟପଟେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁଁ ୨୩ଟି ସ୍ଥାନରେ ନିର୍ବାଚନ ରଦ୍ଦ ହୋଇଛି ।  ଗୋଟିଏ ଜିଲ୍ଲା ପରିଷଦ ଆସନ ସହ ୬ଟି ସରପଞ୍ଚ, ୩ ସମିତି ସଭ୍ୟ ଓ ୧୩ ୱାର୍ଡ ମେମ୍ବର ନିର୍ବାଚନ ରଦ୍ଦ ହୋଇଛି । କେନ୍ଦୁଝରରେ ଜଣେ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁ ନିର୍ବାଚନ ସ୍ଥଗିତ ରହିଥିବା ବେଳେ ନୂଆପଡ଼ା, ଯାଜପୁର, କଟକ ଓ ବାଲେଶ୍ୱରରେ ଗୋଟିଏ ଲେଖାଏ ସରପଞ୍ଚ ଓ ବରଗଡ଼ରେ ୨ଟି ସରପଞ୍ଚ ଆସନ ପାଇଁ ନିର୍ବାଚନ ସ୍ଥଗିତ ରହିଛି । ସେହିପରି ଅନୁଗୁଳ ବାଲେଶ୍ୱର ଓ ନୂଆପଡ଼ାରେ ଗୋଟିଏ ଲେଖାଏ ଆସନରେ ସମିତି ସଭ୍ୟ ନିର୍ବାଚନ ବାତିଲ୍ ହୋଇଛି ।
													
								 Sign in							
							
								
									
											
										
											
		
					
								
			
			
	
										
									
								
							
												
				
				
				 Sign in
				
					
						
						
										
				
			
			Recover your password.
A password will be e-mailed to you.
						
			