Odia News Portal

ମହିଳା ଆଇଆଇସିଙ୍କୁ ଆକ୍ରମଣକୁ ବିଜେଡିର ନିନ୍ଦା, ବିରୋଧୀ ଦଳ ନେତା ପଦରୁ ଜୟନାରାୟଣଙ୍କୁ ହଟାଇବା ଦାବି

ବିଜେପି ନେତା ଜୟ ନାରାୟଣ ମିଶ୍ରଙ୍କ କାର୍ଯ୍ୟକଳାପକୁ ନିନ୍ଦା କରିଛି ବିଜେଡି । ଜୟ ନାରାୟଣଙ୍କ ଧନୁପାଲି ଆଇଆଇସିଙ୍କୁ ଆକ୍ରମଣ ଓ ଦୁର୍ବ୍ୟବହାରକୁ ନିନ୍ଦା କରିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର । ବିଧାନସଭାର ଜଣେ ବିରୋଧି ଦଳ ନେତାଙ୍କ ଏପରି କାର୍ଯ୍ୟ ଗଣତନ୍ତ୍ର ପାଇଁ ବିପଦ ସୃଷ୍ଟି କରିଛି ବୋଲି କହିବା ସହ ବିରୋଧୀ ଦଳ ନେତା ପଦରୁ ତାଙ୍କୁ ହଟାଇବା ପାଇଁ ବିଜେଡି ଦାବି କରିଛି ।

ଓଡିଶା ବିଜେପି ମହିଳାମାନଙ୍କ ସମ୍ମାନ ଓ ମର୍ଯ୍ୟାଦା ବିଷୟରେ କଥା କହୁଛି । ଓଡିଶା ବିଜେପି ଏବଂ ଏହାର ନେତାମାନେ ଏଭଳି ଭାବେ ମହିଳାଙ୍କ ସମ୍ମାନ ଏବଂ ସୁରକ୍ଷା ରକ୍ଷା କରୁଛନ୍ତି କି? ବିଧାନସଭାର ବିରୋଧୀ ଦଳର ନେତା ଡ୍ୟୁଟିରେ ଥିବା ମହିଳା ପୋଲିସ ଅଧିକାରୀଙ୍କୁ ଶାରୀରିକ ନିର୍ଯାତନା ଦେଇ ଏଭଳି ସମ୍ମାନ ପ୍ରଦର୍ଶନ କରୁଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀମୟୀ । ଜୟନାରାୟଣ ମିଶ୍ର ମଧ୍ୟ ଅତୀତରେ ଏଭଳି କାର୍ଯ୍ୟ କରି ଓଡ଼ିଶା ବିଜେପିକୁ ଲଜ୍ଜିତ କରିଥିବା କହିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର ।