Odia News Portal

ଜୁନରୁ ଓଡ଼ିଶାରେ ମହୁମାଛି କରିଡର, ୩୦ କିଲୋମିଟର NHରେ ଲାଗିବ ୨୦ ହଜାର ଗଛ

ଆସନ୍ତା ଜୁନ୍ ମାସରୁ ଓଡ଼ିଶାରେ ଆରମ୍ଭ ହେବ ପ୍ରଥମ ‘ମହୁମାଛି କରିଡର’ ପ୍ରକଳ୍ପ। NHAI ମୌସୁମୀ ଆରମ୍ଭ ହେବା ସମୟରେ ଏହି ପ୍ରକଳ୍ପର ଶୁଭାରମ୍ଭ କରିବ। ଏହା ଅଧୀନରେ ସମ୍ବଲପୁର, ବ୍ରହ୍ମପୁର ଏବଂ ଢେଙ୍କାନାଳ ରାଜପଥ ପାର୍ଶ୍ୱରେ ନିମ୍ବ, କରଞ୍ଜ, ଅର୍ଜୁନ, କଦମ୍ବ, ଜାମୁ, ତେନ୍ତୁଳି ଏବଂ କାଞ୍ଚନ୍ ଭଳି ପ୍ରାୟ ୨୦ ହଜାର ଗଛ ଲଗାଯିବ। ଜାତୀୟ ରାଜପଥ(ଏନ୍‌ଏଚ୍) ପାର୍ଶ୍ଵରେ ମହୁମାଛି କରିଡର ସୃଷ୍ଟି ହେବା ନେଇ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ସମ୍ବଲପୁର, ବ୍ରହ୍ମପୁର ଓ ଢେଙ୍କାନାଳରେ ଏଥିପାଇଁ ୩୦ କିମି ଚିହ୍ନଟ ହୋଇଛି।ବର୍ଷା ଦିନ ଆରମ୍ଭରୁ ଲାଗିବ ଗଛ। ଜୁନ୍‌ରୁ ଲାଗିବ ୨୦ ହଜାର ଗଛ, ବର୍ଷ ସାରା ଫୁଲ ଫୁଟିବ ବୋଲି କହିଛନ୍ତି ଓଡିଶା nhai ର ଆଞ୍ଚଳିକ ଅଧିକାରୀ ପ୍ରଦୀପ କୁମାର ଲାଲ । ସ କହିଛନ୍ତି ‘‘ଓଡିଶା ପ୍ରାକୃତିକ ପରିବେଶକୁ ସ୍ୱଚ୍ଛ ରଖିବା ସହ ସୌନ୍ଦର୍ଯ୍ୟକରଣ ପାଇଁ ଗଛ ଲଗାଇବା ଉପରେ ଗୁରୁତ୍ୱ ଦେଉଥିଲା। ହେଲେ ଏବେ ମହୁମାଛିକୁ ଆକୃଷ୍ଟ କରିବା ପାଇଁ ଲାଗିବ ଫୁଲ ଗଛ। ଯେଉଁ ଗଛଗୁଡ଼ିକ ଲାଗିବ ସେଥିରେ ବର୍ଷର ବିଭିନ୍ନ ସମୟରେ ଭଳିକି ଭଳି ଫୁଲ ଫୁଟିବ ଏବଂ ମହୁମାଛିଙ୍କୁ ଆକୃଷ୍ଟ କରିବ। ଫଳରେ ମହୁ ଚାଷ ବୃଦ୍ଧି ପାଇବ। କଦମ୍ବ, ଜାମୁ, ନିମ ,ତେନ୍ତୁଲି,ଅର୍ଜୁନ,କରଞ୍ଜ ପରି ଗଛ ଲଗାଯିବ । ଯାହାକି ମହୁମାଛିଙ୍କୁ ରସ ଓ ପରାଗ ଯୋଗାଇବ । ଏଥିସହ ଗୁଳ୍ମ, ଔଷଧୀ ଓ ଘାସ ମଧ୍ୟ ଚାଷ ହେବ’’।ଫମ୍ପା ଗଛର ଗଣ୍ଡିକୁ ନଷ୍ଟ କରାଯିବ ନାହିଁ ବରଂ ସେଗୁଡ଼ିକରେ ମହୁମାଛି ରହିବାକୁ ସ୍ଥାନ ପାଇବେ। ପ୍ରତ୍ୟେକ ସ୍ଥାନରେ ଦୁଇରୁ ତିନୋଟି କିସମର ଗଛ ଲଗାଯିବ ଯେଉଁଥିପାଇଁ ବର୍ଷ ସାରା ଗଛରେ ଫୁଲ ଫୁଟିବ । ଗଛ ଲଗାଇବା ନେଇ ଠିକାଦାର ମାନଙ୍କୁ ଦାୟିତ୍ୱ ଦିଆଯାଇଛି। ଗଛ ଲଗାଇବା ପାଇଁ ଗୋଟିଏ ଗଛ ପିଛା ୮୦୦ ରୁ ୧ ହଜାର ଟଙ୍କା ଦିଆଯିବ। ପ୍ରତ୍ୟେକ ଋତୁକୁ ନଜରରେ ରଖି ଗଛ ଲଗେଇବେ ସରକାର। କିଛି ନା କିଛି ଫୁଲ ଫୁଟିବ ଏବଂ ବର୍ଷସାରା ସବୁଜିମା ଭରି ରହିବ ବୋଲି ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ(ଏନ୍ଏଚ୍ଏଆଇ) ଓଡ଼ିଶା ଶାଖା ପକ୍ଷରୁ ସୂଚନା ଦିଆଯାଇଛି।