Odia News Portal

ହ୍ରାସ ପାଇଲା ସୁନା ମୂଲ୍ୟ

ଆଜି  ଅର୍ଥାତ ଏପ୍ରିଲ ୧୧ରେ ସୁନା ଦର ରେ ହ୍ରାସ ଘଟିଥିବାବେଳେ ରୁପା ମୂଲ୍ୟ  ସ୍ଥିର ରହିଛି । ସେହିପରି ଅନ୍ତର୍ଜାତୀୟ ବଜାରରେ ମୂଲ୍ୟବାନ ଧାତୁ ଦରରେ ହ୍ରାସ ଦେଖାଦେଇଛି । ଯାହାର ପ୍ରଭାବ ଦେଶର ଘରୋଇ ବଜାରରେ ଦେଖିବାକୁ ମିଳୁଛି । ଗତକାଲି  ୨୪ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୪୩୦ ଟଙ୍କାର ହ୍ରାସ ଘଟିଥିଲା ।

ସେହିପରି ଆଜି ୨୪ କ୍ୟାରେଟ ୧୦ ସୁନା ଦରରେ ୧୦ ଟଙ୍କାର ହ୍ରାସ ଘଟିଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୬୦,୪୨୦ ଟଙ୍କାରେ ଖସି ଆସିଛି । ଯାହା ଗତକାଲି ଏହାର ମୂଲ୍ୟ ୬୦,୪୩୦ ଟଙ୍କା ଥିଲା । ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୧୦ ଟଙ୍କାର ହ୍ରାସ ଘଟିଛି । ଫଳରେ ୧୦ ଗ୍ରାମ ସୁନା ଦର ୫୫,୩୯୦ ଟଙ୍କାରେ ଖସି ଆସିଛି । ଯାହା ଗତକାଲି ଏହାର ମୂଲ୍ୟ ୫୫,୪୦୦ ଟଙ୍କା ଥିଲା ।