Odia News Portal

ପୁଣି ବଢ଼ିଲା ସୁନା ମୂଲ୍ୟ

ଆଜି ସୁନା ଦରରେ ଦେଖିବାକୁ ମିଳୁଛି ସାମାନ୍ୟ ପରିବର୍ତ୍ତନ । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୫୧,୪୨୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ୧୦ ଗ୍ରାମ ପ୍ରତି ୫୬,୧୪୦ ଟଙ୍କାରେ ପହଞ୍ଚିଛି।

ସେହିପରି ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୧,୬୦୦ ଟଙ୍କା ଓ ୫୬,୨୯୦ ଟଙ୍କା ହୋଇଛି।

ଅନ୍ୟପଟେ ମେଟ୍ରୋ ସହରମାନଙ୍କରେ ବି ସୁନା ଦର ସ୍ଥିର ରହିଛି। ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୫୧,୬୦୦ ଟଙ୍କା ଓ ୫୬,୨୯୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୫୧,୭୫୦ ଟଙ୍କା ଓ ୫୬,୪୪୦ ଟଙ୍କା ରହିଛି।

ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୭,୯୨୭ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୫୨,୨୮୫ଟଙ୍କା ଥିବା ରେକର୍ଡ ହୋଇଛି।