Odia News Portal

ବର୍ଷାରେ ଉବୁଡୁବୁ ତାମିଲନାଡୁ

ସପ୍ତାହେ ହେଲାଣି ତାମିଲନାଡ଼ୁରେ କାଚୁଛି ବର୍ଷା। ଫଳରେ ରାଜ୍ୟର ସମସ୍ତ ଅଞ୍ଚଳ ଜଳାର୍ଣ୍ଣବ ହୋଇଛି। ତାମିଲନାଡ଼ୁରେ ତୁହାକୁ ତୁହା ବର୍ଷା ହେବା ଯୋଗୁ ପୁଣି ବିପଦ ଲେଉଟିଛି। ବର୍ଷା ପ୍ରଭାବରେ ପୁଣି ଉବୁଟୁବୁ ହୋଇଛି ଚେନ୍ନାଇ । ଅବିଶ୍ରାନ୍ତ ବର୍ଷା ଯୋଗୁ ଆଜି ଚେନ୍ନାଇ ସମେତ ତାମିଲନାଡ଼ୁର ୯ ଟି ଜିଲ୍ଲାରେ ସ୍କୁଲ କଲେଜ ବନ୍ଦ ରହିବ । ଏହି ୯ ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ଆକଳନ କରିଛି IMD।

ପ୍ରକାଶ ଯେ ଦୁଇ ଦିନ ପୂର୍ବରୁ ୫ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି ହୋଇଥିଲା । ୨୨ ଜିଲ୍ଲାରେ ସ୍କୁଲ, କଲେଜ ବନ୍ଦ କରାଯାଇଥିଲା। ଚଳିତ ବର୍ଷ ମୌସୁମୀ ଫେରିବା ପରେ ତାମିଲନାଡ଼ୁ ଉପରେ ବଡ଼ ବର୍ଷା ବିପଦ ପଡ଼ିଛି । ଘନଘନ ଲଘୁଚାପ ଓ ତୁହାକୁ ତୁହା ବର୍ଷା ଜାରି ରହିଛି। ଫଳରେ ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ହୋଇଛି ।

ଅକ୍ଟୋବରରୁ ଏ ପର୍ଯ୍ୟନ୍ତ ବର୍ଷା ଯୋଗୁଁ ତାମିଲନାଡ଼ୁରେ ୨୩ ଶହରୁ ଅଧିକ ଘର ଭାଙ୍ଗିଛି । ନଭେମ୍ବର ଦ୍ୱିତୀୟ ସପ୍ତାହରେ ଲଗାତାର ଦୁଇଟି ବଡ଼ ବର୍ଷାରେ ରାଜ୍ୟର ଦୁଇ ତୃତୀୟାଂଶ ଅଞ୍ଚଳ ଜଳାର୍ଣ୍ଣବ ହୋଇଥିଲା ।