Odia News Portal

ଶସ୍ତା ହେଲା କମର୍ସିଆଲ ଏଲପିଜି ସିଲିଣ୍ଡର

ନୂଆ ମାସର ପ୍ରଥମ ଦିନ (ମେ ୧)ରେ କମର୍ସିଆଲ ଏଲପିଜି ସିଲିଣ୍ଡର ଶସ୍ତା ହୋଇଛି । କମର୍ସିଆଲ ଏଲପିଜି ସିଲିଣ୍ଡର ପିଛା ୧୭୧.୫୦ ଟଙ୍କା କମିଛି। ଆଜିଠାରୁ ନୂଆ ଦର ଲାଗୁ ହେବ । ଦିଲ୍ଲୀରେ ଏବେ ୧୯ କିଲୋଗ୍ରାମ କମର୍ସିଆଲ ଏଲପିଜି ସିଲିଣ୍ଡରର ଖୁଚୁରା ଦର ୧୮୫୬.୫୦ ଟଙ୍କାକୁ ଖସିଛି । କ୍ରମାଗତ ଦ୍ବିତୀୟ ମାସ ପାଇଁ କମର୍ସିଆଲ ଏଲପିଜି ସିଲିଣ୍ଡର ଦାମ୍ କମିଛି । ଗତମାସରେ ମଧ୍ୟ କମର୍ସିଆଲ ଏଲପିଜି ସିଲିଣ୍ଡର ପିଛା ୯୨ ଟଙ୍କା କମିଥିଲା ।

ଅନ୍ୟପକ୍ଷେ ଘରୋଇ ଏଲପିଜି ଗ୍ରାହକମାନଙ୍କୁ କୌଣସି ଆଶ୍ବସ୍ତି ମିଳିନାହିଁ । ୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ଦର ଅପରିବର୍ତ୍ତିତ ରହିଛି ।

ବର୍ତ୍ତମାନ କୋଲକାତାରେ କମର୍ସିଆଲ ସିଲିଣ୍ଡରର ମୂଲ୍ୟ ୧୯୬୦.୫୦ ଟଙ୍କା, ମୁମ୍ବାଇରେ ୧୮୦୮.୫୦ ଟଙ୍କା ଏବଂ ଚେନ୍ନାଇରେ ୨୦୨୧.୫୦ ଟଙ୍କାରେ ଉପଲବ୍ଧ ହେବ ‌।