Odia News Portal

ଭାରତରୁ ଶ୍ରୀଲଙ୍କା ନେବ ୨୦ଲକ୍ଷ ଅଣ୍ଡା

ଚଳିତ ସପ୍ତାହରେ ଭାରତରୁ ୨୦ ଲକ୍ଷ ଅଣ୍ଡା କିଣିବ ଶ୍ରୀଲଙ୍କା। ବାର୍ଡ ଫ୍ଲୁ ବ୍ୟାପିବା ଆଶଙ୍କା ଥିବା ସତ୍ତ୍ବେ ଭାରତଠାରୁ ଅଣ୍ଡା କିଣିବା ଲାଗି ଶ୍ରୀଲଙ୍କା ସରକାର ନିଷ୍ପତ୍ତି ନେଇଛନ୍ତି। ସେହି ଅଣ୍ଡାକୁ କେବଳ ବେକରି ଶିଳ୍ପକୁ ଦିଆଯିବ। ଲୋକମା‌ନଙ୍କ ବ୍ୟବହାର ପାଇଁ ସେହି ଅଣ୍ଡା ଉପଲବ୍ଧ କରାଯିବ ନାହିଁ। ଅନ୍ୟ ଦେଶରୁ ଅଣ୍ଡା ମଗାଇଲେ ବାର୍ଡ ଫ୍ଲୁ ବ୍ୟାପିବାର ଭୟ ରହିଛି ବୋଲି କହି ସରକାରଙ୍କ ଅଣ୍ଡା ଆମଦାନି ନିଷ୍ପତ୍ତିକୁ ଶ୍ରୀଲଙ୍କାର ସ୍ଥାନୀୟ ଅଣ୍ଡା ଉତ୍ପାଦନକାରୀମାନେ ବିରୋଧ କରୁଛନ୍ତି। ଅଣ୍ଡାକୁ ନେଇ ଦେଶ ଆତ୍ମନିର୍ଭରଶୀଳ ପାଖାପାଖି ସ୍ତରରେ ପହଞ୍ଚିଯାଇଥିବା ବେଳେ ତରବରିଆ ଭାବେ କାହିଁକି ଭାରତରୁ ଅଣ୍ଡା ଆମଦାନି କରାଯାଉଛି ବୋଲି କହି ସେମାନେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି।