Odia News Portal

ଛଟେଇ କରିବାର ପ୍ରଶ୍ନ ହିଁ ଉଠୁନାହିଁ, ବରଂ ଷ୍ଟାଟଅପରେ ଛଟେଇ ହୋଇଥିବା କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ : ଟିସିଏସ

ବିଶ୍ବର ପ୍ରମୁଖ ଟେକନଲୋଜୀ କମ୍ପାନିମାନେ ଛଟେଇ କରୁଥିବାବେଳେ ଭାରତର ସବୁଠାରୁ ବଡ଼ ଆଇଟି କମ୍ପାନି ଟାଟା କନସଲଟାନ୍ସି ସର୍ଭିସେସ୍ (ଟିସିଏସ) ପକ୍ଷରୁ ଏକ ଆଶାଜନକ ବୟାନ ଆସିଛି । ଟିସିଏସ ପକ୍ଷରୁ କୁହାଯାଇଛି ଯେ କୌଣସି କର୍ମଚାରୀଙ୍କୁ ଛଟେଇ କରିବା ସମ୍ପର୍କରେ ବିଚାର କରାଯାଉନାହିଁ । କେବଳ ଏତିକି ନୁହେଁ, ବିଭିନ୍ନ ଷ୍ଟାର୍ଟଅପରେ ଚାକିରି ହରାଇଥିବା ଲୋକମାନଙ୍କୁ ନିଯୁକ୍ତି ଦେବାକୁ କମ୍ପାନି ଘୋଷଣା କରିଛି ।

କମ୍ପାନିର ମାନବ ସମ୍ବଳ ମୁଖ୍ୟ ମିଲିନ୍ଦ ଲକ୍କଡ କହିଛନ୍ତି ଯେ ଟିସିଏସ ଯେତେବେଳେ କୌଣସି କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଏ ତାଙ୍କୁ ଏକ ଲମ୍ବା କ୍ୟାରିୟର ପାଇଁ ପ୍ରସ୍ତୁତ କରିଥାଏ  । ଏଣୁ ଛଟେଇ କରିବାର ପ୍ରଶ୍ନ ଉଠୁନାହିଁ ।

ସେ କହିଛନ୍ତି ଯେ, ଅନ୍ୟ କମ୍ପାନିମାନେ ଯେତେବେଳେ ନିଯୁକ୍ତି ଦେଉଛନ୍ତି, ସେମାନେ ନିଜର ଆବଶ୍ୟକତାଠାରୁ ଅଧିକ ନିଯୁକ୍ତି ଦେଉଛନ୍ତି । କିନ୍ତୁ ଟିସିଏସ ସେପରି କରେ ନାହିଁ । ଏଠାରେ ଯେତେବେଳେ ଜଣେ କର୍ମଚାରୀ ଯୋଗ ଦିଏ, ତେବେ ତାଙ୍କ ଉତ୍ପାଦକତା ବଢାଇବା କମ୍ପାନିର ଦାୟିତ୍ବ ହୋଇଯାଏ । ଏଣୁ ତାଙ୍କୁ ଏକ ଲମ୍ବା କ୍ୟାରିୟର ପାଇଁ ତାଲିମ ଦିଆଯାଏ ଓ ପ୍ରସ୍ତୁତ କରାଯାଏ ।  ସେ ଆହୁରି ମଧ୍ୟ କହିଛନ୍ତି ଯେ ଟିଏସଏସରେ ଏବେ ୬ ଲକ୍ଷ କର୍ମଚାରୀ ଅଛନ୍ତି ଓ ଗତ ବର୍ଷ ପରି ଚଳିତ ବର୍ଷ କର୍ମଚାରୀମାନଙ୍କ ଦରମା ବୃଦ୍ଧି କରାଯିବ ।