Odia News Portal

ବେଇମାନ ପ୍ରେମିକ

ଭୁବନେଶ୍ୱର: ପ୍ରେମ ଶାଶ୍ୱତ, ପ୍ରେମ ଅମର ଆଉ ପ୍ରେମ ଚିରନ୍ତନ । କିନ୍ତୁ କିଛି ଅଭଦ୍ର ପ୍ରେମିକଙ୍କ ଲାଗି ପ୍ରେମ ଭଳି ପବିତ୍ର ଶବ୍ଦରେ ଲାଗୁଛି କଳଙ୍କର ଛିଟା । ମହାରାଷ୍ଟ୍ରରୁ ଆସିଛି ଏଭଳି ଲଜ୍ଜାଜନକ ଖବର । ଭିଡିଓ ଭାଇରାଲ କରାଇଦେବ କହି ଦୁଇ ସାଙ୍ଗଙ୍କ ସହ ମିଶି ଗାଲଫ୍ରେଡ ସହ ମିଶି ଶାରୀରିକ ସମ୍ପର୍କ ରଖୁଥିଲା ପ୍ରେମିକ । ପୋଲିସ ଏହି ଘଟଣାରେ ଅଭିଯୁକ୍ତଙ୍କୁ ଅଟକ ରଖି ପଚରା ଉଚରା କରୁଛି ।

ସୂଚନା ଅନୁଯାୟୀ, ଯୁବତୀଙ୍କ ବୟସ ହେଉଛି ୨୦ ବର୍ଷ । ସେ ନିଜ ବୟଫ୍ରେଡ ସହ ରଖିଥିବା ଶାରିରୀକ ସମ୍ପର୍କ ସମୟର ଭିଡିଓକୁ ଭାଇରାଲ କରାଇ ଦେବାର ଭୟ ଦେଖାଉଥିଲା ନିଜେ ବୟଫ୍ରେଣ୍ଡ । ଦୁଇ ଜଣ ବନ୍ଧୁ ଅର୍ଥାତ ୧୫ବର୍ଷୀୟ ଦୁଇ ନାବାଳକ ସହ ମିଶି ଜାନୁୟାରୀ ମାସଠରୁ ଯୁବତୀଙ୍କ ସହ ରଖୁଥିଲେ ଶାରିରୀକ ସମ୍ପର୍କ । ତେବେ ପିଡିତା ଜଣଙ୍କ ପରିବାର ଲୋକଙ୍କୁ ଏବାବଦରେ ଜଣାଇବା ପରେ ଥାନାରେ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ଆଧାରେ ତଦନ୍ତ ଚଳାଇଛି ପୋଲିସ ।