Odia News Portal

ରାଜ୍ୟରେ କମୁଛି ପ୍ରଜଜନ ହାର

ରାଜ୍ୟରେ କ୍ରମାଗତ ଭାବେ ହ୍ରାସ ପାଉଛି ପ୍ରଜନନ ହାର । ପୂର୍ବ ତୁଳନାରେ ମହିଳାମାନେ କମ୍ ପିଲା ଜନ୍ମ ଦେଉଛନ୍ତି । ଗତ ୫ ବର୍ଷ ଭିତରେ ଏହା ଶୂନ ଦଶମିକ ୩ ପଏଂଟ ହ୍ରାସ ପାଇଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ କରାଯାଇଥିବା ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ-୫ରୁ ଏଭଳି ତଥ୍ୟ ସାମନାକୁ ଆସିଛି । ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ୨୦୧୫-୧୬ରେ ରାଜ୍ୟରେ ପ୍ରଜନନ ହାର ୨ଦଶମିକ ୧ ଥିବାବେଳେ ୨୦୨୦-୨୧ରେ ଏହା ୧ ଦଶମିକ ୮ ପ୍ରତିଶତକୁ ଖସି ଆସିଛି ।

ତେବେ ସହରାଂଚଳ ଅପେକ୍ଷା ଗ୍ରାମାଂଚଳରେ ମହିଳାଙ୍କ ପ୍ରଜନନ କ୍ଷମତା କିଛି ପରିମାଣରେ ଅଧିକ ରହିଛି । ସହରାଂଚଳରେ ଏହା ୧ଦଶମିକ ୫ପ୍ରତିଶତ ଥିବାବେଳେ ଗ୍ରାମାଂଚଳରେ ୧ ଦଶମିକ ୯ପ୍ରତିଶତ ରହିଛି । ଅର୍ଥାତ ରାଜ୍ୟର ୫ଜଣ ମହିଳା ଏବେ ୯ ଜଣ ଶିଶୁଙ୍କୁ ଜନ୍ମ ଦେଉଛନ୍ତି । ଆଜିକାଲି ଦମ୍ପତିଙ୍କ ଭିତରେ ଜନସଂଖ୍ୟା ବୃଦ୍ଧିକୁ ନେଇ ସଚେତନତା, ପରିବାର ନିୟୋଜନ ପାଇଁ ବିଭିନ୍ନ ପଦ୍ଧତି ଆପଣାଇବା କାରଣରୁ ମୋଟ ପ୍ରଜନନ ହାର ବା ଟିଏଫଆର କମ୍ ହେଉଥିବା ଏହି ରିପୋର୍ଟରେ କୁହାଯାଇଛି ।