Odia News Portal

ଦେବୀ ଦୁର୍ଗାଙ୍କ ନାଁରେ ଝିଅର ନାମକରଣ

ମୁମ୍ବାଇ: ସାମ୍ନାକୁ ଆସିଲା ବିରୁଷ୍କାଙ୍କ ଲାଡଲି ଝିଅର ଫଟୋ | ଅଭିନେତ୍ରୀ ଅନୁଷ୍କା ଶର୍ମା ନିଜ ଝିଅର ପ୍ରଥମ ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି। ଫଟୋରେ ବିରାଟ ଓ ଅନୁଷ୍କା ଝିଅକୁ ଧରିଥିବା ନଜର ଆସିଛନ୍ତି। ଫଟୋ ସେୟାର କରି ଅନୁଷ୍କା ଝିଅର ନାଁ ମଧ୍ୟ ରଖିଛନ୍ତି। ବିରାଟ ଅନୁଷ୍କା ଝିଅର ନାଁ ବାମିକା ରଖିଛନ୍ତି । ଫଟୋ ସେୟାର କରୁ କରୁ ମାତ୍ର ୫ ମିନିଟରେ ଫଟୋକୁ ଲକ୍ଷେରୁ ଅଧିକ ଲାଇକ ମିଳି ସାରିଛି। ଏଥିରୁ ଆପଣ ମଧ୍ୟ ଜାଣିପାରୁଥିବେ ଯେ ପ୍ରଶଂସକ କିଭଳି ବିରୁଷ୍କାଙ୍କ ଝିଅର ଫଟୋ ଦେଖିବାକୁ ଅପେକ୍ଷା କରି ବସିଥିଲେ।

ତେବେ ଫଟୋରେ ବିରାଟ ଓ ଅନୁଷ୍କା ଝିଅକୁ ଧରି ଖୁବ ଖୁସି ଥିବାର ନଜର ଆସିଛନ୍ତି । ତେବେ ବିରାଟ ଅନୁଷ୍କାଙ୍କର ଝିଅର ନାମକରଣ ପରେ ପ୍ରଶଂସକ ବିରାଟ ଅନୁଷ୍କାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଜାନୁଆରୀ ୧୧ ତାରିଖରେ ଅନୁଷ୍କା ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ ।