Odia News Portal

ଜାଣନ୍ତୁ ଏନସିବି ଫୋକସରେ ଥିବା ଅନନ୍ୟା ପାଣ୍ଡେଙ୍କ ବିଳାଶମୟ ଜୀବନୀ

ମୁମ୍ବାଇ: ବଉିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଏବେ ଏନସିବି ଫୋକସରେ । ଆର୍ୟନଙ୍କ ଡ୍ରଗ୍ସ ମାମଲାରେ ତାଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି । ତେବେ ଗତକାଲି ତାଙ୍କ ଘରେ ଏନସିବିର ଏକ ଟିମ୍ ପହଞ୍ଚି ପଚରାଉଚରା କରୁଥିଲା । ତେବେ ୨୨ ବର୍ଷୀୟା ଅନନ୍ୟା ବିତାଉଛନ୍ତି ବିଳାଶମୟ ଜୀବନ । ସେ ଏକ ଫିଲ୍ମରେ କାମ କରିବା ପାଇଁ ପ୍ରାୟ ୨ କୋଟି ଟଙ୍କା ଚାର୍ଜ କରନ୍ତି। ଅନନ୍ୟାଙ୍କର ଅଧିକାଂଶ ରୋଜଗାର ବିଜ୍ଞାପନ ମାଧ୍ୟମରେ ଆସିଥାଏ । ଇନଷ୍ଟାଗ୍ରାମରେ ତାଙ୍କର ୨୦.୩ ମିଳିୟନ ଫଲୋଅର୍ସ ଅଛନ୍ତି ଏବଂ ଏହି ଫ୍ୟାନ୍ ବେସର ଫାଇଦା ସେ ବ୍ରାଣ୍ଡ୍ ପ୍ରୋମୋସନ୍ କରିବା ଦ୍ବାରା ମଧ୍ୟ ମିଳିଥାଏ।

ଅନନ୍ୟା ପାଣ୍ଡେଙ୍କ କାର କଲେକ୍ସନ ମଧ୍ୟ ଅତ୍ୟନ୍ତ ଚମତ୍କାର, ଯେଉଁଥିରେ ଏକରୁ ଅଧିକ ବିଳାସପୂର୍ଣ୍ଣ ଏବଂ ମହଙ୍ଗା କାର ରହିଛି। ତାଙ୍କର ଅଡି ଏ୮ (ମୂଲ୍ୟ ପ୍ରାୟ ୬୦ ଲକ୍ଷ ଟଙ୍କା), ବିଏମଡବ୍ଲୁ ୬ ଜିଟି (ପ୍ରାୟ ୭୦ ଲକ୍ଷ ଟଙ୍କା), ରେଞ୍ଜ ରୋଭର ସ୍ପୋର୍ଟସ (ପ୍ରାୟ ୧ କୋଟି ଟଙ୍କା), ମର୍ସିଡିଜ ବେଞ୍ଜ ଇ କ୍ଲାସ (ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା) ରହିଛି। ଫୋର୍ଡ (ମୂଲ୍ୟ ପ୍ରାୟ ୩୫ ଲକ୍ଷ ଟଙ୍କା) ଏବଂ ସ୍କୋଡା କୋଡିଂ (ମୂଲ୍ୟ ପ୍ରାୟ ୭୦ ଲକ୍ଷ ଟଙ୍କା) ଭଳି ଲଗଜରୀ କାର ରହିଛି।

ଅଭିନେତା ଚୁଙ୍କି ପାଣ୍ଡେଙ୍କ ଝିଅ ଅନନ୍ୟା ଏବଂ ଶାହରୁଖ ଖାନଙ୍କ ଝିଅ ସୁହାନା ଖାନଙ୍କ ଘନିଷ୍ଠ ବନ୍ଧୁ। ତାଙ୍କର ମଧ୍ୟ ଆର୍ୟ୍ୟନ ଖାନଙ୍କ ସହ ଭଲ ବନ୍ଧୁତା ଅଛି। ଏହି ତିନିଜଣ ଏକାଠି ପାର୍ଟି କରୁଥିବା ମଧ୍ୟ ନଜର ଆସିଛି। ଏନସିବି ସନ୍ଦେହ କରୁଛି ଯେ ଅନନ୍ୟା ମଧ୍ୟ ଆର୍ୟ୍ୟନଙ୍କ ସହ ଡ୍ରଗ୍ସ ଲିଙ୍କରେ ଲିପ୍ତ ଅଛନ୍ତି କାରଣ ଏହି ଚାଟ୍ ସେମିତି କିଛି ହିଁ ସଙ୍କେତ ଦେଉଛି। ତେବେ ଆରୟନଙ୍କ ମାମଲାରେ ହ୍ବାଟସଆପ ଚାଟରେ ତାଙ୍କ ନାମ ସାମ୍ନାକୁ ଆସିଛି।

ଅନନ୍ୟା ଏପର୍ୟ୍ୟନ୍ତ କେବଳ ତିନୋଟି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ର ମଧ୍ୟରେ ରହିଛି ଷ୍ଟୁଡେଣ୍ଟ ଅଫ୍ ଦି ଇୟର ୨, ପତି ପତ୍ନୀ ଓ୍ବର ୱୋ ୨ ଏବଂ ଖାଲି ପିଲି । ତାଙ୍କୁ ଖାଲି ପିଲିରେ ଇଶାନ ଖଟ୍ଟରଙ୍କ ବିପକ୍ଷରେ ଦେଖିବାକୁ ମିଳିଥିଲା । ତେବେ ଷ୍ଟାର କିଡ ହୋଇଥିବାରୁ ଅନନ୍ୟାଙ୍କୁ ଅନେକ ଥର ଡ୍ରୋଲ ମଧ୍ୟ କରାଯାଇଛି।