Odia News Portal

ପୁଣି ଧମାଲ ମଚାଇବ ଅର୍ଦ୍ଧେନ୍ଦୁ-ତମନ୍ନା ଯୋଡ଼ି

ଭୁବନେଶ୍ୱର: ହାଏ ତୋ ପ୍ରେମର ରଙ୍ଗୋଲି… ଏହି ଗୀତଟି ଓଡ଼ିଶାର ପ୍ରତ୍ୟେକ ଦର୍ଶକଙ୍କ ବେଶ ମନ ମୋହିଥିଲା । ଆଉ ଗୀତଟି ଜବରଦସ୍ତ ହିଟ୍ ମଧ୍ୟ ହୋଇଥିଲା । ତେବେ ‘ବ୍ଲାକମେଲ’ ଫିଲ୍ମର ଏହି ଗୀତରେ ଅର୍ଦ୍ଧେନ୍ଦୁ ଏବଂ ତମନ୍ନାଙ୍କ ଯୋଡ଼ି ଦର୍ଶକଙ୍କୁ ଫୁଲ ମନୋରଞ୍ଜନର ଖୋରାଗ ଯୋଗାଇଥିଲା । ତେବେ ପୁଣିଥରେ ଏହି ଯୋଡ଼ି ଦର୍ଶକଙ୍କ ଲାଗି ଏକ ଭେଟି ଦେବାକୁ ଯାଉଛନ୍ତି । ସାର୍ଥକ ଟିଭି ବ୍ୟାନରରେ ଆସୁଛି ଏକ ନୂଆ ଫିଲ୍ମ । ଯାହାର ନାଁ ରହିଛି ଷଷ୍ଠରୁ ନଷ୍ଟ ।

ଆଗାମୀ ଦଶହରାରେ ଏହି ଫିଲ୍ମଟି ପ୍ରେକ୍ଷାଳୟକୁ ଆସିବାକୁ ଯାଉଛି । ସୂର୍ଯ୍ୟ ରଥ ଏହାର ପ୍ରଯୋଜନା ଭାର ସମ୍ଭାଳିଥିବା ବେଳେ କେ.ମୁରଲୀକ୍ରୀଷ୍ଣା ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି । ତେବେ ଗୁଡଲୀ ରଥ ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ଗୀତ ଗୁଡ଼ିକ ଦର୍ଶକଙ୍କ ମନକୁ ଛୁଇଁବ ବୋଲି ଗୁଲଡ଼ି ଆଶା ବ୍ୟକ୍ତ କରିଛନ୍ତି ।

ସେପଟେ ଅର୍ଦ୍ଦେନ୍ଦୁଙ୍କ ଦ୍ୱାରା ଅଭିନୀତ ଫିଲ୍ମ ବ୍ଲାକମେଲ, ଟପୋରୀ ଏବଂ ମୁଁ ପରଦେଶୀ ଚଢ଼େଇ ଫିଲ୍ମ ଦର୍ଶକଙ୍କ ମନକୁ ବେଶ ମୋହିଥିଲା । ତେବେ ତାଙ୍କର ଅଭିନୟ ଏବଂ ଡ୍ୟାନ୍ସକୁ ଦର୍ଶକେ ବେଶ ପ୍ରଂଶସା କରିଛନ୍ତି । ସାର୍ଥକ ଟିଭିରେ ପ୍ରସାରିତ ‘ରଜ କୁଇନ୍’ ଶୋରେ ଜଜଭାବେ ଭାଗ ନେଇ ସମସ୍ତ ପ୍ରତିଯୋଗୀଙ୍କ ହୃଦୟରେ ସ୍ଥାନ ପାଇଥିଲେ । ଏପରିକି ତାଙ୍କର ଜଜମେଣ୍ଟ କରିବାର ଷ୍ଟାଇଲ ନିଆରା ଥିଲା । ଯାହାକୁ ସାଧାରଣ ଦର୍ଶକେ ମଧ୍ୟ ପ୍ରଂଶସା କରିଛନ୍ତି ।