Odia News Portal

ଆଜି ବି ଜେଲ୍‌ରେ ରହିବେ ଆର୍ୟନ

ମୁମ୍ୱାଇ : କ୍ରୁଜ୍‌ରେ ଡ୍ରଗ୍ସ ପାର୍ଟି ମାମଲା । ଆଜି ବି ଜେଲ୍‌ରେ ରାତି କଟେଇବେ ଆର୍ୟନ ଖାନ୍‌ ।ଟାଇମ୍‌ ଡେଟ୍‌ ଲାଇନ୍‌ କ୍ରସ୍‌ କରିଯିବାରୁ ଆଜି ସେ ଜେଲ୍‌ରେ ରହିବେ । ଆର୍ଥର ଜେଲକୁ ଆସି ପାରିଲାନି ଆର୍ୟନଙ୍କ ବେଲ୍‌ ଅର୍ଡର କପି । ନିର୍ଦ୍ଧାରିତ ସମୟ ସଂଧ୍ୟା ୫ଟା ୩୦ସୁଦ୍ଧା କୋର୍ଟରୁ ଜେଲ୍‌କୁ ଆସିବାର ଥିଲା ବେଲ୍‌ ଅର୍ଡର କପି । ଟାଇମ୍‌ ଡେଡ୍‌ଲାଇନ୍‌ କ୍ରସ୍‌ କରିବାରୁ ଆଜି ଆଉ ଏକ ରାତି ଆର୍ୟନ ରହିବେ ଜେଲ୍‌ରେ ।