Odia News Portal

ବିଲେଇ ସହ ଖେଳୁିଥିବାର ନଜର ଆସିଲେ ବିରାଟ

ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ୨୫ ନଭେମ୍ବରରେ ଟେଷ୍ଟ ସିରିଜ ଆରମ୍ଭ ହେବ । ଏହି ମ୍ୟାଚ୍ ପାଇଁ କାନପୁରରେ ଉଭୟ ଟିମର ଖେଳାଳୀ ପହଞ୍ଚିଛନ୍ତି । ତେବେ ପ୍ରଥମ ମ୍ୟାଚରେ ବିରାଟ କୋହଲି ବିଶ୍ରାମ ନେଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଦଳ ସହ ଯୋଗ ଦେବେ । ତେବେ ଦ୍ୱିତୀୟ ଟେଷ୍ଟରେ ଟିମ ସହ ସାମିଲ ହେବା ପୂର୍ବରୁ ମୁମ୍ବାଇରେ ଅଭ୍ୟାସ ଆରମ୍ଭ କରିଛନ୍ତି କୋହଲି । ଆଉ ଏହି ଅଭ୍ୟାସ ସମୟରେ କିଛି ଫଟୋ ମଧ୍ୟ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ବିରାଟ

କୋହଲି ଅଭ୍ୟାସ ସମୟରେ ଏକ ବିଲେଇ ଛୁଆ ସହ ଫଟୋ ସେୟାର କରିଛନ୍ତି । ଏହି ଫଟୋ ସେୟାର କରିବା ସହ କ୍ୟାପସନରେ କୋହଲି ଲେଖିଛନ୍ତି, ଅଭ୍ୟାସ ସମୟରେ ଏକ କୁଲ ବିଲେଇ ତରଫରୁ ଫଟାଫଟ ହ୍ୟାଲୋ । କୋହଲିଙ୍କ ଏହି କ୍ୟାପସନର କମେଣ୍ଟରେ ପତ୍ନୀ ଅନୁଷ୍କା ଶର୍ମା ଲେଖିଛନ୍ତି, ହ୍ୟାଲୋ ବିଲ୍ଲି ।ଆଉ ଅନୁଷ୍କାଙ୍କ କମେଣ୍ଟର ମଜାଦାର ଉତ୍ତର ରଖିଛନ୍ତି ବିରାଟ । ଯାହାକୁ ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଆରମ୍ଭ ହୋଇଛି । ଅନୁଷ୍କାଙ୍କ କମେଣ୍ଟର ରିପ୍ଲାଏରେ ବିରାଟ ଲେଖିଛନ୍ତି, ଲୋଣ୍ଡା ଫର୍ମ ଦିଲ୍ଲୀ ଆଣ୍ଡ ମୁମ୍ବାଇ କି ବିଲ୍ଲି ।