Odia News Portal

ରଙ୍ଗାରଙ୍ଗ ମାହୋଲରେ କୋଣାର୍କ ମହାତ୍ସବ

ବିଶ୍ୱ ଐତିହ୍ୟ କୋଣାର୍କ ମନ୍ଦିର ଏବେ ଚଳଚଞ୍ଚଳ । ମୁକ୍ତାକାଶ ଖୋଲା ମଞ୍ଚରେ ଯୋଡ଼ି ହୋଇଛି ନୃତ୍ୟ ମହାକୁମ୍ଭ । ରଙ୍ଗବେରଙ୍ଗ ଆଲୋକମାଳାରେ ସଜେଇ ହୋଇଛି କୋଣାର୍କ । ସେପଟେ ରାଜ୍ୟ ପର୍ଯ୍ୟଟକ ବିଭାଗ ଦ୍ୱାରା ଚନ୍ଦ୍ରଭାଗା ବେଳାଭୂମିରେ ଆୟୋଜିତ ହୋଇଛି ୧୨ତମ ଅନ୍ତର୍ଜାତୀୟ ବାଲୁକା କଳା । ଯାହାକୁ ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ ଜମୁଛି ।

ଦେଖଣାହାରୀଙ୍କ ମନ ଜିଣିବାକୁ ସୁନ୍ଦର ଆଲୋକ ମାଳାରେ ସଜେଇ ହୋଇଛି ସୂର୍ଯ୍ୟ ମନ୍ଦିର । ସକାଳେ ବେଳାଭୂମିରେ ବାଲୁକା କଳା ଦେଖୁଥିବା ପର୍ଯ୍ୟଟକ ଶୀତୁଆ ସନ୍ଧ୍ୟାରେ ସାସ୍କୃତିକ କାର୍ଯ୍ୟକ୍ରମର ଭରପୁର ମଜା ଉଠାଉଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ କୋଣାର୍କ ଉତ୍ସବର ପ୍ରଥମ ସନ୍ଧ୍ୟାରେ ଓଡ଼ିଶୀ ନୃତ୍ୟା ବିଦୁଷି ମେଧାବୀ ମୁଦୁଗଲ ଓ ସାଥି ପରିବେଷଣ କରିଥିଲେ ନର୍ତନ ଗଣେଶ । ଦ୍ୱିତୀୟ ଚରଣରେ କଥକ ନୃତ୍ୟ ଶିଳ୍ପୀ ଭାସ୍ୱତ ମିଶ୍ର ଓ ସାଥି ପରିବେଷଣ କରିଥିଲେ ନଟରାଜଙ୍କ ଶିବ ପଞ୍ଚାକ୍ଷର ଦର୍ଶକଙ୍କ ମନକୁ ଛୁଇଁଥିଲା ।